କବିଗୁରୁ ରବୀନ୍ଦ୍ରନାଥ ଠାକୁର୍
କହିଥିଲେ କେନ୍ କାଲେ ଯେ
ସୁର୍ତା କର୍ଲ ତମେ।
‘ଯଦି ତୋର୍ ଡାକ୍ ଶୁନେ କେଉ
ନା ଆସେ ତବେ ଏକ୍ଲା ଚଲୋରେ’।
ଏକ୍ଲା ଚାଲ୍ଲ
ହେଲେ ଭେକ୍ଲା ନାଇଁହଇ
ଲୋକ୍ ଜଖା ବୟ୍ହା ବଏଲେ
ପଖନ୍ ଢେକଲ୍ ଭି ମାଏଲେ
ହେଲେଁ ତମେ ଭିର୍କି ନାଇଁ ଯାଇ
ତମ୍କେ ଦେଖିକରି ଲୋକ୍
ଅଜେଇ ହେଲେ କେରେଇ ହେଲେ
ହେଲେଁ ତମେ
ଆଶାଶୂନା ନାଇଁ ହେଇ
ମୁଡ଼୍ ଟେକି ଚାଲ୍ଲ
ଆଗ୍କେ ଆଗ୍କେ
ଫି ଦିନ୍
ସୂରୁଯ୍ ଉଦ୍ଲା ବୁଡ଼୍ଲା ଲେଖେଁ।
ଟେଟ୍ମେରା ଦିହିଁ ଥି
ଥିଲା ଷାଠେ ଷଁଢ଼ର୍ ବଫୁ
ହେତିର୍ ଲାଗି ତ
ଲଂକା ନ ହରି ଶବଦ୍ କଲ
ଉପକୂଲିଆ କବିତା ଆସର୍ଥି
ସମ୍ବଲପୁରୀ କବିତାର୍ ଡଂକା ବଜାଲ
ବୀଜା ବୁନି ଦେଲ ଚାର୍ହିକୁତି
କେଡ଼େ ବୁର୍ଶାଲ୍ ହେଇ ଗଲାନ
ସେ ଗଛ୍ମାନେ
ମେନ୍ମେନ୍ସା କବିତା କଥାନି
ନାଟକ୍ ଉପନ୍ୟାସ୍ର
ଆନିର୍ ବାନିର୍ ଫୁଲ୍ ଫଲ୍ଥି ଲହଁସି ପଡ଼ୁଛେ
କେତେ ନାଇଁ କେତେ ରଂଗର୍
ରୂପର୍ ଚରେ ଚିରଂଗୁଲ୍
ଛଏଁରା ତଲେ ଆଶ୍ରା ନେଉଛନ୍
ଡାହି ମାକ୍ରି ଖେଲୁଛନ୍
ବାଘ୍ ଭାଲୁ ହାତୀ ଘୁଡ଼ା
ଖରା ବର୍ହା କୁଟ୍ରା ମିରିଗ୍
ମାକର୍ କେଡ଼େ ଉସ୍ନାକେ।
ଯେନ୍ ଧର୍ସେ ତମର୍ ଏକ୍ଲା
ପାହା ଦିଶୁଥିଲା
ଆଏଜ୍ ଦେଖ କେତ୍ନି କେତେ
ଖୋଜ୍ ପଡ଼ିଛେ ସେନ
ହମ୍ ଭେଲେଭେଲେ ହେଇ ଝଁପେଇ ହେଇଛନ୍
ତମର୍ ପୁଓ ଝି ପୁତ୍ରା ଝିଆରି ଭଂଜା ଭଂଜି କେଡ଼େ ଉସ୍ନାକେ।
ହେଲେ ଇ ଉସନାକି ଦେଖ୍ବାର୍କେ ତମେ ଆର୍ ନାଇଁ ନ
ତମର୍ ଜନମ୍ ଦିନେ ସୋର୍ କରୁଛୁଁ ତମ୍କେ
ନାଚେ ଗୀତେଁ ଦୁଲ୍କେଇ ଦେଉଛୁଁ ମଚାନ୍
ହେଲେ ତମର୍ ସେ ସାଧନା ପୀଠ୍
ନିକ ଅପା କୁରିଆ ଗୁଟ୍କ
ବିଦରି ଧସ୍କି ଗଲା ନ
ସେନ ବର୍ ପିପଲ୍ ଜୁଗାଲି ହେଇ ପହରା ଦେଉଛନ୍
ଆର୍ ଜଲ୍କା ମୁନି ସାଜିଛୁଁ
ଭେକ୍ଲା ହେଇ ଦେଖୁଛୁଁ।
ପ୍ରଣାମ୍ ସାର୍ 🙏🙏🙏
ସତ୍ କହିଛନ୍ ଆପଣ । ଏନ୍ତା ଯୁଗପୁରୁଷ୍ , ଯୁଗଜନ୍ମା , ଋଷିପ୍ରତିମ ବ୍ୟକ୍ତି ଝନେ ଦେବତା ଆନ୍ । ଗୁଟେ ଜାତି ଲାଗି , ଗୁଟେ ସମାଜ୍ ଲାଗି , ସଗୁଟେ ଯୁଗସ୍ରଷ୍ଟା , ଦିବ୍ୟଦ୍ରଷ୍ଟା ଥିଲେ। ତାଙ୍କର୍ ସ୍ମୃତିଗୃହ ଗୁଟେ ତିର୍ଥସ୍ଥଳି ଆଏ , ପବିତ୍ର ମନ୍ଦିର୍ ଆଏ । ଇ ବିଷେଥି ସରକାର ବାହାଦୁର୍ ଧ୍ୟାନ୍ ଦେବାର୍ ଚାହି । ସମଲପୁରୀ ଦିନର୍ ଗୁରଦୁଟେ ଶୁଭକାମନା ଆପଣଙ୍କୁ ❤
ଅଶେଷ ଧନ୍ୟବାଦ ଶରତ। ଆୟୁଷ୍ମାନ ଭବ।