ନିଏ ମାଗୁଛେ ସରଗ୍ ପରୀ


ଆଏଜ୍ ବି ତ କେତନି ସୋର୍ ଲାଗୁଛେ ସେ ଗାଁ କେ ମୋର୍ । ଯେନ ସରି ଯାଇଥିଲା ଜୀବନର୍ ଅଭୁଲା ଇତିହାସ ସବୁ । ଛୋଟ୍ ଦିନର୍ ଛିଲୋଲାଇ ନୁ ବହଚୁରି ଆରୁ ରେସ୍ ଲୁକାନି । ସତେ ଫେର୍ ଘାଏ ଯାଏତି ସେ ଵରଗଛର୍ ଦୁଲି ଥି ଖେଲୁଥିତି । ସେ ଛୁଆ ଦିନର୍ ସପନ୍ ସବୁ ସାଆଟି ଆନତି । ସେ ବରଷା ପାନି ଭିଜି ଭିଜି ଯାଏତି ଜାମ ଗଛ୍ ତଲକେ । ବୁରୋମୁଡା କାଦୋ ମାଡି ଚଢୁଥିତି ଡଙ୍ଗର ଉପର୍ । ନାଚୁଥିତି ମନ୍ ଭରି ସେ ଭଣାର୍ ପଠାର୍ ଉପରେ । ଆଏଜ୍ ସହରର୍ ଚକାଚକ୍ ସମକୁ ଆଧୁନିକ୍ କରିଦେଲାନ । ନାଏନ ସେ ପଲସା ଫୁଲର୍ ମହକ୍ ଆରୁ ଫଗୁ ଦୁଲିର୍ ଝଲକ୍ । ସରୋଜ୍ କହୁଛେ ଶୁନ ମାନିନୀ ତମକୁ କାଣା ସୋର୍ ନାଇ ଲାଗେ ଆମର୍ ସେ ଗାଁ ଝାରମୁଡା । ହଁ ସରୋଜ ଫେର୍ ଘାଏ ଯାଏତି ସେ ମାଏଟ ମାଆ ପାସକେ ,ଫେର୍ ଘାଏ ହଜି ଯାଏତି ସେ ପରକୁତିର୍ କୁଲେ । ହଁ ମାନିନୀ ସବୁ ସତ୍ ହେଲେ ଇହାଦେ ଆରୁ ସେ ଆଘୋର୍ ଝାରମୁଡା ହେଇ ନାଏନ । ସବୁ ଖାଲି ରାଜନିତୀ ,ଜାଏତ୍ ଭିତରେ ମାଡଗାଲି । ଚାଲ ଦେଖବ ଆମର୍ ସେ ଗାଁ କେ ଆମର୍ ମାଏଟ୍ କେ । ସେ ବନ୍ଧଘାଟେ ଆଏଜ୍ ବି ଦଲିତ୍ ଗାଧି ନାଇଁ ପାରନ୍ ,ଗାଧଵେ କାନି ତରେ । ହଁ ସରୋଜ ହିନ୍ଦୁ ହେଇ ବି ଦଉଲ୍ ଭିତର୍ ମନା ,ଦେ ଦେବତା ଛିଆ ହେଇ ଯାଏସନ୍ । କେତେ ପାତର୍ ଗୋ ମାଖନୁ କେ ପିଟି ପିଟି ଆଠୁ ଫଟେଇ ଦେଲେ । ଇହାଦେ ଵି ବାଟେ ଅଜେଇ ହେଇ ରହିଛନ୍ । ସବୁ ଦୁଃଖ ସହିଛନ୍ ଗୋ । ତ ମାନିନୀ ଚାଲ ଆମେ ସମିଆ ଟିକେ ଦେମା ଆମର୍ ମାଏଟ୍ ଲାଗି ,ଲୋକ୍ ତ ଟିକେ ଅଏନ୍ ଥି ରହେବେ । ଝାରମୁଡା ଗାଁ ନେ ଚହଲ୍ ପଡିଛେ ସବୁଆଡେ । ଗାଁ ର୍ ଶରଧା ଗଉତିଆ ଆଖି ଝୁମରା ନାଇଁ । ପଚ୍ ଭଲ୍ ଲୋକ୍ ଆସୁଛନ ଭେଟି ,କାଣା କରମା କେନକେ ଯିମା । ପୋଲିସ଼ ଆସି କରି କେତେ ତାଗିତ୍ ବି କଲାନ । ସବୁଆଡେ ସରୋଜ ଆରୁ ମାନିନୀ ମେଡମ୍ । ସବୁ ଲୋକର୍ ଦୁଖ୍ ବୁଝୁଛନ୍ । ଲୋକ୍ କୁହାକୁହି ହେଲେନ ,ବୁଢାମାନେ କହୁଛନ୍ ଜାଏତ୍ ବିଚାର୍ ଗଲା ବୋ ସଭେ ହେଲେ ଏକାକାର । ସରପଞ୍ଚ କେ ବି କେତେ ଲୋକ୍ କେତେ କଥା ,ଗଉତିଆର୍ ବି ଅକଲ୍ ଗୁଡୁମ୍ । ସଭେ ଵସି ଯୁଜନା କଲେ , ରାଏତ୍ ଅନ୍ଧାର୍ ହେଇଛେ ଲୋକ୍ ଛକ୍ ମାନକେ ଵସିଛନ୍ । ଗାଡିଥି ମାନିନୀ ଆସୁଛେ କାଗଜ ପତର୍ ଧରି । ଅଚାନକ୍ କାଲ୍ ମାଡି ଆଏଲା, କାର୍ ଗୁଟେ ଆସି ଧକା ମାରି ଫେରାର୍ ।ଲୋକ୍ ହୁଆହୁଟା ,ସଭେ କହୁଛନ୍ ଡାକତର୍ ଖାନା ନିଅ । ସରୋଜ୍ ବସିଛେ ମାନିନୀର୍ ମୁଡ ପାଖେ କାନ୍ଦୁଛେ । କହୁଛେ ଏ ମାନିନୀ ତମକୁ ମାରି ଦେଲେ ଗୋ ଇ ପଶୁମାନେ । ଗାଁ ର୍ ଭଲ ପଁଚ୍ ଆରୁ ଗଉତିଆ କହୁଛନ୍ ଇ ସରୋଜ୍ ପାଗଲ୍ ହେଇଗଲାନ ବୋ । ଇ ଲାସ୍ କେ ଧର ପୋଷ୍ଟମର୍ଟମ କରମା । ଆମେ ବି ଖୁଜୁଛୁ ସେ ଗାଡି ଆରୁ ଡାଏଭର୍ କେ ଦମ୍ ଧର ‌‌। ସରୋଜ୍ କାନ୍ଦି କାନ୍ଦି ମାନିନୀ କେ ଆନିଛେ ଗାଁ କେ । ସବୁ ଲୋକ୍ ମିଶି ମଶାନ୍ ପଦେ ଜାଲି ଦେଲେ । ସରୋଜର୍ ମନର୍ ରାନୀ ଆଏଜ୍ କାଠେ ଜଲି ଯାଉଛେ । ସବୁଲୋକ୍ ପଲେଇ ଆସଲେନ ,ସରୋଜ୍ ଜୁଗିଛେ । ଅନ୍ଧାର୍ ହେଇ ବସଲାନ ,ଜୁଏ ଭିତରୁ ଧୋବ୍ ଶାଢୀ ପିନ୍ଧି କିଏ ଝନେ ବାହାରି କାନ୍ଦୁଛେ । ଏ ସରୋଜ ତମର୍ ସାଥି ନେ ମରି ଆଏଜ୍ ବି ଅଛେ ତମର୍ ସାଙ୍ଗେ । ଦେଖବ ଆମର୍ ଆନ୍ଦୋଳନ୍ ସାଫୁଲ୍ ହେବା । ସରୋଜ୍ ତମେ ଯାଇ ନୂଆ ମଶାଲ୍ ଜାଲ ,ମା ସମଲେଇ ବି ସାହା ହେବେ । ଆନ୍ଦୋଳନ ର ନାଁ ଦେବ ନିଏ ମାଗୁଛେ ସରଗପରୀ । ହଁ ମାନିନୀ ଆଏଜ୍ ଶପଥ୍ କରୁଛେ ସବୁ ଗାଁ ରେ କହେବେ ଲୋକ୍ ନିଏ ମାଗୁଛେ ସରଗପରୀ ।

ଧର୍ମେନ୍ଦ୍ର ପ୍ରଧାନ

ପଣକିପାଲି, ସୋହେଲା,
ବରଗଡ, ମୋ-୮୨୪୯୬୦୨୦୮୫

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *