
ମିଠା ,ସାଧା, ବିଡିଆ, କଡା
ପାନ୍ ଥିଲୁଁ ଚାର୍ ଭାଇ
ଜାହିଁ ପରବ ତାହିଁ ଗରବ୍
ସେନେ ରହେଲୁଁ ଜାଇ।
ଧନୀ ଗରୀବ୍ ବଡ୍ ସାନ୍,
ଆମେ,ନାଇଁ ରଖୁଁ ଭେଦ୍ ଭାବ୍
ଆମ୍କେ ପାଖେ ପାଏଲେ ଭଗାରୀ
ଭାଏକେ କର୍ ସି ମାଫ୍।
ବଙ୍ଗଲା ପତ୍ରେ ବିଡିଆ ପାନ୍
ମିଠାକେ ସଜାବ କେତେ,
ସାଧା ନେ ଜରୁରୀ ସୋଂପ୍ ସୁପାରି
କଡାରେ ଜର୍ଦା ଗୁଟେ।
ମିଠା ପତ୍ର ର୍ ମଧୁର୍ ସୁଆଦ୍
ଚୁନ୍,ଖଇର୍, ଚଟନୀ ମାରି
ସୁଆଦ୍ ବଢାସି ଚନ୍ଦର୍ ଭାଙ୍ଗ
ଗୁଆ ,ସୁପାରି ,ଆର୍ ମିଠା ପାନ୍ ମୁହୁରୀ
ରଙ୍ଗ ବିରଙ୍ଗି ପପିତା ସାଙ୍ଗେ
ପଡିଥିସି କୁଟି ନଡିଆ
ଲଙ୍ଗ୍, ଇଲାଚି, ପିପର୍ମେଣ୍ଟ ରଚେ
ପାନ୍ କେ ବନାସି ବଢିଆଁ
କଡା ପତ୍ରର୍ କଥା କାଏଁ ଟା କହେମି
ଜିଭ୍ କେ କର୍ ସି ଚର୍
ଜର୍ଦା, ସୁପାରୀ, ଗୁଟ୍କା, ଭାଙ୍ଗ
ହେଇ ଥିସି ସର୍ ସର୍।
ଜିଏ ଖାଏସି ଇ କଡା ପାନ୍
ତାର୍ ଜୀବନ୍ କେ ଟିକେ ଡର୍
ଧିରେ ଧିରେ ତାର୍ ମୁହୁଁ ଚରିଦେଇ
ବଢାସି ରୋଗ୍,କେନ୍ସର୍।
କାଏଁ ନୂଆଁଖାଇ କାଏଁ ଫୁଷ୍ପୁନି
ବାରମାସେ ତେର ପରବ୍
ପାନ୍ ଗୁଟେ ଦେଇ ହାତ୍ ଜୁଡି ନେଲେ
ବଢୁଥିସି ଆମର୍ ଗରବ୍।
ଘର୍ କେ ଆଏଲେ ବନ୍ଧୁ ସନ୍ଦି
ପାଏନ୍ ଗଡେ ହେସି ଦିଆ
ମୁଡିଆ ମାରି ବିଛ୍ ନା ପାରି
କହେସନ୍ ବସୁନ୍ ଆଜ୍ଞା।
ଖୁସିର୍ ମନେ ଚାହା ପାଏନ୍ ଦେଇ
ଅତିଥିର୍ କର୍ସନ୍ ସେବା
ଖାଇ ସାଏଲେ ବସାଉଠା
ବନ୍ଧୁର୍ ଭିଲେ ହେବା।
ମିତ୍ର ଦ୍ରୋହି ଆର୍ ବନ୍ଧୁ ବିରୋଧି
ସଂସାର ର୍ ଦୁଇଟା ପାପ୍
ଇ ପାପ୍ ଯେଭେ ଜିଏ କର୍ସି
ତାକେ ବିହି ନାଇଁ କରେ ମାଫ୍
ତେହେଁରୁ ଆଏସୁଁ ଆମେ
ମନ୍ ମନ୍ସା ମିଠା ସାଧା
ଜାହାକେ ଯେନ୍ଟା ବନେ
ପାନ୍ ଖଣେ ଦେଇ ଉଲ୍ଗି ହେବ
କହିଛନ୍ ପୁର୍ଖା ର୍ ଜନେ।
କେତେକେ କର୍ସୁ ତୁମର୍ ଭଲ୍ କେତେକେ କର୍ସୁ ହାନୀ
ବୁଢା ଭାଙ୍ଗୁ ଥିଲେ ବିଡିଆ ପାନ୍
ବଢୁଥିସି ଆମର୍ ଠାନି।
ଆର୍ ବିଦେଶ୍ ପଢୁଏନ୍ ଆମର୍ ଛେଦ୍ଲି ବହେନ୍
ନିଆଁ ଲଗା ପାନ୍ ରାନୀ ହୋ
ଭାଇ ନିଆଁ ଲଗା ପାନ୍ ରାନୀ।
ବିଚିତ୍ରା ବାଗ୍
ନନ୍ଦପଡା ସମ୍ବଲପୁର
