ନିଃସ୍ଵାର୍ଥପର ମଣିଷ

ନିଃସ୍ଵାର୍ଥପର ମଣିଷ ଟେ ସିଏ

କରେ ସଂଘର୍ଷ ଝଡକୁ ସାମ୍ନା,

କା ସହିତ ତୁଳନା କରି ହେବ ନି

ସେଇ ପରା ଖାଣ୍ଟି ସୁନା।

ନିଃସ୍ଵାର୍ଥପର ମଣିଷ ଟେ ସିଏ

ଖୁସିକୁ କରେ ବିଚରଣ,

ଦୁନିଆ ଲୋକେ ଉଲ୍ଲାସେ ଥିଲେ

ଝଲସୁ୍ ଥାଏ ତା ମନ।

ନିଃସ୍ଵାର୍ଥପର ମଣିଷ ଟେ ସିଏ

ବେଦନାକୁ ଚାପି ରଖେ,

ନିଜର ଯନ୍ତ୍ରଣାକୁ ସେ ଭୁଲି

ଅନ୍ୟର ଯାଇ ଦେଖେ।

ନିଃସ୍ଵାର୍ଥପର ମଣିଷ ଟେ ସିଏ

ସଭିଙ୍କୁ କରେ ସମ୍ମାନ,

ଅନ୍ୟ ମାନଙ୍କ ପରି କେବେବି

ଦେଖାଏ ନାହିଁ ସେ ବର୍ଣ୍ଣ।

ନିଃସ୍ଵାର୍ଥପର ମଣିଷ ଟେ ସିଏ

ଜାଣେ ନି ହିଂସା ଅହଂକାର,

କଥା କଥାରେ ମନ କିଣି ନିଏ

ତା ମୁହଁର ଶବ୍ଦ ମଧୁର।

ନିଃସ୍ଵାର୍ଥପର ମଣିଷ ଟେ ସିଏ

ହୃଦୟ ଟା ତାର ନିର୍ମଳ,

ଯାହା କହିଲେ ଚୁପ୍ ରହିଯାଏ

ସେ ତ ପୁରା ସରଳ।

ଦୀପାଳି ମେହେର

ଖଇରପାଲି, ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *