ମୁଁ ତୁମ ପାଇଁ ଜନ୍ମ ଜୀବନୀର
ଖୋଜି ହେଉଥିବା ବହି
ତୁମେ ମୋ ପାଇଁ ସ୍ୱାଭିମାନ ଲିପି
କଳ୍ପନାର କାବ୍ୟାକୃତି
ମୁଁ ତୁମ ପାଇଁ ଭାବ ଆଶ୍ରାଟିଏ
ତୁମେ ମୋ ବିଶ୍ୱାସ ସ୍ଥିତିର ଗତି
ମୁଁ ତୁମ ପାଇଁ ମଗ୍ନ ଭାବନାର
ହସୁଥିବା ନୀଳ କଇଁ
ତୁମେ ମୋ ମନର ଆଶା କଳ୍ପବଟ
ମୁଁ ତୁମ ଅପ୍ରାପ୍ତିର ପ୍ରାପ୍ତି ନିର୍ଝରିଣୀ
ମୁଁ ତୁମ ପାଇଁ ମିଠା କାହାଣୀ ଟେ
ତୁମେ ମୋ ମନର ବିଶାଳ ପରିଧି
ତୁମେ ମୋ ସେହି କବିତାର ଛନ୍ଦ
ମୁଁ ତୁମ ଭାବନାର କଳ୍ପ ମୋହ
ତୁମେ ନଭଶ୍ଚୁମ୍ବୀ ଦିଗ ବ୍ୟାପ୍ତ ଆକାଶର
ମୁଁ ସବୁଜିମା ଧରିତ୍ରୀର ପୃଷ୍ଠ
ଯୁଗପରେ ଯୁଗ ବିତି ଚାଲିଥିବ
ରହିଥିବ ଏ ସମ୍ପର୍କର ସ୍ୱର
ନୀରବେ ନିଃଶବ୍ଦେ ସମ୍ପର୍କ ଅସ୍ତିତ୍ୱ
ସୃଷ୍ଟି କରୁଥିବ ମୁଗ୍ଧ ଭାବନାର ଏ ନିଃଶବ୍ଦ ଅଭିସାର