ନାରୀ ଚିର ବନ୍ଦନୀୟା


ଇତିହାସେ ଲେଖା ଯା ‘ ଗୁଣ ଗାରିମା
ନାରୀ ଚିର ବନ୍ଦନୀୟା ,
ଛୁଇଁ ପାରେ ସିଏ ନୀଳ ଗଗନକୁ
ସାଗରେ ଲେଖେ ତା ‘ ନାଆଁ।।
ଇତିହାସେ…………

ସର୍ବ କ୍ଷେତ୍ରେ ଉଭା ସ୍ଵୟଂ ସିଦ୍ଧା ନିଜେ
ରଖଇ ଦେଶର ମାନ,
ଶିକ୍ଷା ରାଜନୀତି ସ୍ୱାସ୍ଥ୍ୟର ଉନ୍ନତି
ଧନ୍ୟ ତା ‘ନିଷ୍ଠା ସାଧନ।।

ପୂଜା ଆରାଧନା ନାହଁରେ କଳନା
ସ୍ନେହ ମମତାର ଛାୟା
ଇତିହାସେ………

କୃତିରେ ଅନନ୍ୟା ତା’ ଜ୍ଞାନ ଅସୀମା
କୀର୍ତ୍ତି ସ୍ତମ୍ବ ସିଏ ତୋଳେ,
ରଣ କ୍ଷେତ୍ରେ ଉଭା ବିରାଙ୍ଗନା ଟିଏ
ବିଜୟ ଧ୍ଵଜା ତା ‘ଉଡ଼େ।।

କେତେ ରୂପ ତାର ନାହିଁରେ ତୁଳନ।
ଶକ୍ତି ସ୍ୱରୁପିଣୀ ମାଆଁ।।
ଇତିହାସେ ଲେଖା……………

ଚୁମକି ଦାଶ (ମିଶ୍ର)
ଶାନ୍ତି ପଡ଼ା, ବଲାଙ୍ଗିର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *