ନାରୀ ଆଉ ପୁରୁଷ….ଗୋଟିଏ ମୁଦ୍ରା ର
ଦୁଇଟି ପାର୍ଶ୍ଵ ସତ…କିନ୍ତୁ …ଜୀବନରେ..
ସ୍ୱାମୀ ସ୍ତ୍ରୀ ର ଭୂମିକା ରେ ଅଭିନୟ କଲା ବେଳେ..
ନାରୀ ର ମାନ ଅଭିମାନ ଭାରି ପଡ଼ିଯାଏ..,,
ନାରୀ ସ୍ନେହମୟୀ..,, ପ୍ରେମ ନିର୍ଝରିଣୀ.. ,,ସହନଶୀଳା..,,
ହେଲେ.. ନାରୀ ‘ମାନ ମୟୀ’ ସମ୍ମାନ ପ୍ରିୟା…,,
ଦୁନିଆଁ ଆଖିରେ ..
ନିଜର ମାନ ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ..
ସେ ପୁରୁଷ ର ହାତ ଧରେ…,,
ସେ ଦୁର୍ବଳା ନୁହେଁ ,,କିନ୍ତୁ ‘ଲତା’ ଟିଏ ହୋଇ..
ପୁରୁଷର ଶକ୍ତ ବହୁ ବନ୍ଧନ ରେ ନିଜକୁ ସୁରକ୍ଷିତ
ମନେ କରିବାକୁ.. ଭଲପାଏ,,
ନାରୀର ଭଲ ପାଇବାକୁ ଜିତିବାକୁ ହେଲେ..
ପୁରୁଷ କୁ ‘ଗ୍ରାହକ’ ନୁହେଁ..,,’ମାଳି’ ହେବାକୁ ପଡ଼ିଥାଏ.. ,,
ଯିଏ ତାର ଶରୀର କୁ ନୁହେଁ.. ତା’ର ମନକୁ..
ତା’ର ହୃଦୟ କୁ ଭଲ ପାଉଥାଏ..,,
ଚତୁର୍ଦିଗ ରୁ ତାର ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବାରେ..
ସଦାସର୍ବଦା ଢାଲ ରୂପେ..ତା ଆଗରେ ଥାଏ..,,
“ନାରୀ ପାଇଁ.. ତା’ର “ମାନ ମହତ”
ତା’ର ସଂପଦ.. ସୌନ୍ଦର୍ଯ୍ୟ.. ଓ ଦୁର୍ବଳତା..,,”
ଯେଉଁ ପୁରୁଷ ଏତିକ ଆପଣାର କରିଥାଏ..
ନାରୀର ସମ୍ମାନ କୁ ହୃଦୟ ର ଫରୁଆ ରେ
ସ୍ନେହ…ପ୍ରେମ ..ଆଦର ..
ଓ ପୂର୍ଣ୍ଣ ସୁରକ୍ଷା ର ସହିତ ସାଇତି ରଖିଥାଏ..
ସେଇ ପୁରୁଷ କୁ..ନାରୀ..
ତନୁ ମନ ହୃଦୟ ଓ ପ୍ରାଣ ର ସହିତ..
ଭଲ ପାଉଥାଏ..,,
ହଁ..କେବଳ ତାକୁ ହିଁ ଚାହୁଁଥାଏ..,,
ସାରା ଜୀବନରେ.. କେବଳ..
ତା ନାଁ ଲେଖିଥାଏ….
କଳ୍ପଲତା କାନୁନଗୋ
ସମ୍ବଲପୁର