ପ୍ରକୃତିର ଅନ୍ୟଏକ ରୂପାନ୍ତରିତ ରୂପ ହେଉଛି _ ନାରୀ
ସେ ଜଗତ ଜନନୀ ।
ସେ ଶକ୍ତି ସ୍ୱରୁପିଣୀ।
ସେ ଶାନ୍ତି ତୃପ୍ତିମୟୀ ଦେବୀ ପାର୍ବତୀ ।
ସେ ଧନରେ ଲକ୍ଷ୍ମୀ ଓ ବିଦ୍ୟାରେ ସରସ୍ଵତୀ।
ଯାହା ଠାରୁ ସକଳ ଜୀବଜଗତ ଜାତ ,
ସେ ନାରୀ ପ୍ରକୃତି ଠାରୁ ରୂପାନ୍ତରିତ ।
ସେ ଅତୀତ , ସେ ବର୍ତ୍ତମାନ ଏବଂ ସେ ଭବିଷ୍ୟତ ,
ସେ ସେ ବୋଲି ନାରୀ ‘ସର୍ବ ନାମ’ ପଦରେ ନାମିତ ।
ତା’ ବିନୁ ପୁରୁଷ ହୁଏ ହୀନିମାନ ,
ତା’ ବିନୁ ସୃଷ୍ଟିସର୍ଜନା ମୂଲ୍ୟହୀନ।
ତା’ ବିନା ମହାଯଜ୍ଞ ହୁଏ ଅସମ୍ପନ୍ନ ,
ତା’ ବିନା କୁଟୁମ୍ବ ପାଲଟେ ମହାସୁନ୍ୟ।
ଧନ୍ୟ ବିଧାତା ବଡ଼ ବିଚିତ୍ର ତୁମ୍ଭେ ,
ସକଳ ବିଶ୍ଵ ଆଜି ମାତୃତ୍ଵ ଲଭେ।
“ଯେଉଁଠାରେ ନାରୀଟିଏ ପୂଜା ପାଏ
ସେହିଠାରେ ଦେବତାମାନେ ବାସ କରନ୍ତି”
ସଂସ୍କୃତ ରେ….
“ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ
ରମ୍ୟନ୍ତେ ତତ୍ର ଦେବତା”
ନାରୀଟିଏ ଚାରୋଟି ସୁପାନରେ ହୁଏ ଅବତୀର୍ଣ୍ଣା ….
ପ୍ରଥମେ _ କନ୍ୟା ରୂପେ ହୁଏ ଆବିର୍ଭୂତା !
ଦ୍ଵିତୀୟ ରେ _ ଭଗ୍ନୀ ରୂପେ ହୁଏ ସଂସ୍ଥାପିତା !
ତୃତୀୟ ରେ_ ପତ୍ନୀ ରୂପେ ହୁଏ ରୁପାୟୀତା !
ଏବଂ ଚତୁର୍ଥ ରେ_ ମାତୃ ରୂପେ ଲଭେ ଜୀବନର ସାର୍ଥକତା ।।
ନାରୀ ଅଟେ ଦୁହିତା,
ଦୁଇ କୂଳକୁ ହିତା ।
ପ୍ରଥମେ ବାପଘର ; ତତ୍ପରେ ଶ୍ଵଶୁର ଘର
ଦୁଇ କୂଳକୁ ଏକ କରେ; ସବୁଠି ସ୍ୱର୍ଗପୁର ।
କେବେ ସିଏ କନ୍ୟା ପୁଣୀ କେବେ ସେ ଭଗିନୀ
କେବେ ସେ ପ୍ରେମିକା ପୁଣୀ କେବେ ଅର୍ଦ୍ଧାଙ୍ଗିନୀ
କେବେ ସେ ପାଲଟି ଯାଏ ସନ୍ତାନର ଜନନୀ
ସେ ଜଗତକୁ ତାରେ ବୋଲି ଜଗତ ଜନନୀ
ଅଭିମାନ ରାଗରୁଷ ପ୍ରଣୟର ସ୍ମୃତି ,
ହାତକେବେ ଛାଡ଼େ ନାହିଁ ବିପଦର ସାଥୀ ।
ସେନେହ ମମତା ଦିଏ ସେ ମନ କଥା ଜାଣି ,
ଈର୍ଷା କେବେ କରେନାହିଁ ଦେଖି କାହାର ଅଗ୍ରଣୀ ।
ମମତା ମୟୀ ସେ ଜଗତ ଜନନୀ !!
କନ୍ୟା ରୂପେ ବୃଦ୍ଧି କରେ ପିତାର ଆୟୁଷ ,
ପାଖେ ରହି ପାଲଟିଯାଏ ଭାଇର ସକ୍ସେସ ।
ଝିଅ ରୂପେ ନାରୀଟିଏ ମା’ର ପଦ୍ମଜ ପଙ୍କଜ ,
ଭଉଣୀର ଭଉଣୀ ହୁଇ କରେ ଆଗାମୀ ପଥକୁ ସରସ ।
ନାରୀ ଟିଏ ସବୁଥିରେ ପରିପୂର୍ଣ୍ଣା
… ଅଟଇ ସେ ସର୍ବଗୁଣ ସମ୍ପୂର୍ଣ୍ଣା ….
ଈଶ୍ୱରଙ୍କ ସୃଷ୍ଟିରେ ନାରୀ ସର୍ବାଗ୍ରେ ଶ୍ରେଷ୍ଠ !
ସର୍ବଂସହା ନାରୀକୁ ମୋ ପ୍ରଣାମ ଭୂମିଷ୍ଠ।।