ଧୂମକେତୁ

ସବୁ କିଛି ଯଦି ହୁଅନ୍ତା ସମ୍ଭବ 

ପୋଡ଼ି ଦିଅନ୍ତି ମୋ ସ୍ବପ୍ନ ମାନଙ୍କୁ 

ନିଗୁଡୁ ଥିବା ଧୂମର ଆସ୍ତରଣେ

ଫୁଣି ଅନ୍ୟ ରୂପ ଦିଅନ୍ତି ମୁଁ ତାକୁ 

ଛମ୍ ଛମ୍ ଛମ୍ ଛମ୍ ଏ ଶବ୍ଦ କାହାର 

ନିମନ୍ତ୍ରଣ କରେ ବାରମ୍ବାର, 

ହେଲିଣି ଅଥୟ

କେଉଁଠୁ ଆଣିବି ସେ ଟୋପାଏ ଲୁହ

କରିସାରିଛି କେବେଠୁ ପଥର ଯେ, ମୋ ଶରୀରକୁ 

କଳାରୁ କାଳି, କଳାରୁ କଳଙ୍କ 

ଲେଖି ସାରିଛି ସବୁଥିରେ ଅମାପ ହୃଦୟକୁ

ତଥାପି ନିସ୍ତାର ପାଉନି, 

କିଏ ପୁଣି ଭିଡ଼ି ଧରି ବାଧ୍ୟ କରୁଛି 

ଉଜୁଡା ସ୍ମୃତିର ଏକ ଚିତ୍ର ଆଙ୍କିବାକୁ 

କିଏ ଜାଣିଥିଲା କହୁଳୁ ଥିବା ଧୂଆଁ 

ଧୂମକେତୁ ପାଲଟି

ଶୂନ୍ୟରୁ ଶୂନ୍ୟ ରୂପ ପାଇଁ ଖସିବ ଦିନେ ଭୂମିକୁ

ଗଢ଼ା ହେବାର ଥିଲା ଯେଉଁଠି ହୃଦୟ ଆଳୟ 

ସେଠି କାହାଣୀରେ ପୂର୍ଣ୍ଣଛେଦ ଆଙ୍କିବାକୁ ।।

ତଫିଜୁଲ ହୋସେନ୍

ଚିପିଲିମା, ସମ୍ବଲପୁର 

Leave a Reply

Your email address will not be published. Required fields are marked *