ରକ୍ତ ଅସ୍ଥି ମାଂସ ଦେହେ ଚର୍ମ ର ଢାଙ୍କୁଣି,
ଧର୍ମ ସତ୍ୟ ଚିରନ୍ତନେ ମୋହ ର ଛାଉଣୀ।
ଚଳନ୍ତା କଣ୍ଢେଇ ପରି ଶରୀର ସୁନ୍ଦର ,
ଭିତରେ ଅସ୍ଥି ରକ୍ତ ମାଂସ ସମାହାର।
ଶରୀର ସୁଖ ରେ ଅନ୍ଧ ହୁଏ ସିନା ଜୀବ,
ପ୍ରଭୁ ପଦେ ଅନ୍ତ ହୁଏ ସବୁ ଦୁଃଖ।
ପ୍ରଭୁ ପଦେ ରଖି ଲୟ କର ଭାବ ପ୍ରୀତି,
ନ ରହିବ ଏ ସଂସାର ଦୁଃଖ ଭୟ ଭିତି।
ସତ୍ୟ ଶିବ ସୁନ୍ଦର ର କର ଉପାସନା,
ପ୍ରଭୁ ଭକ୍ତି କରି କର ଚିତ୍ତ ର ମାର୍ଜନା।
ମିଛ ମାୟା ସଂସାର ରେ ସେଇ ଏକା ସତ,
କଳି ଯୁଗେ ଉଡୁ ଥିବ ସଦା ତାର ନେତ।

ପ୍ରଣତି ସାହୁ
ପ୍ରଫେସର କଲୋନୀ
ରାୟପୁର