ଧନି ଗରିବ୍

ଧନି କାଏଁ ଜାନବା ଗରିବର୍ ଦୁଃଖ୍ 
ଧନି ନାଇଁ ଚାହେଁ ଦେବାରକେ 
ଗରିବ୍ କେ ନିଜର୍ ଭାଗର୍ ସୁଖ୍ । 
ଇନ କିହେ ନୁହେ ଜାନିଥ କାହାର୍ 
କଳିଯୁଗେ ଏନତା ଚଲୁଛେ ସଂସାର। 
ସୁଖ୍ ବଲବାର୍  ଜିନିଷ ଟା କାଣାଁ 
ଜନମ୍ ଯାହାର୍ ଗରିବ ଘରେ 
ଟଂକା ତିନଶ ଲାଗିଁ ଖଟସି ଗୁଟାଦିନ
କୁଟୁମ୍ ପୁଶବାର୍ କେ  ଖରାତରାରେ
ଯେତେ ଚାହେଁ ଲେ ବି ଗରିବର ମୁହେଁ 
ନାଇଁ ଝଲସେ ହଂସି 
କୁଟୁମ୍ ର ଅଭାବ୍ ପୁରନ୍ ନାଇଁ ପାରେଲ କରି 
ବେକେଁ ଲଗାସି ରସି
ଗରିବ୍ ଦିନୁଦିନକେ ଗରିବ ହେଉଛେ 
ଧନ ବଢି ଧନି ହେଉଛେ ଆର୍ ଧନି 
ବାହା ମାଜି କମେଇ ଜାନେ ଗରିବ୍ 
ଲନ୍ଦଫନ୍ଦ ଦୁଇନଂବରିଆ ଧନ୍ଦା 
ଗରିବ୍ ବୁପରା  ବିଲକୁଲ୍ ନାଇଁ ଜାନି
କରମ୍ କେ ନିନ୍ଦଲେ ନାଇଁ ହୁଏ 
କିହେ ଜନମୁ ନାଇଁ ହେଇଥନ ଧନି ଗରିବ୍
ନିଜର୍ ମନବଫୁ କେ ଆଦରି ଲେ ଯେକ୍ 
ମିଲବା ତମକେ ଜାନିଥ ଲାଭ୍ ।।

ପାଉଲ ସାଗର 
ରେଂଗାଲପାଲି, ବରଗଡ଼

One thought on “ଧନି ଗରିବ୍

Leave a Reply

Your email address will not be published. Required fields are marked *