ଦୋଷ

ଜଙ୍ଗଲରେ ନିଆଁ ଲାଗିଲେ
ଦୋଷ ତମର ନୁହେଁ କି ମୋର ନୁହେଁ,
ଚାଷୀ ଆତ୍ମହତ୍ୟା କଲେ
ଦୋଷ ତମର ନୁହେଁ କି ମୋର ନୁହେଁ,
କୋଟିଏ ଧର୍ଷଣ ହେଲେ ହେଉ
ଦୋଷ ତମର ନୁହେଁ କି ମୋର ନୁହେଁ,
ନୀରବ ଚିତ୍କାର ଭିତରେ ହଜିଯାଏ
ଯେତେ ସବୁ ଦୋଷ ।।

ଆକାଶ ଛାତିରେ ବାଦଲ୍ ଫାଟୁ କି ନଫାଟୁ
ଦୋଷ ତମର ନୁହେଁ କି ମୋର ନୁହେଁ,
ଧରିତ୍ରୀ ବନ୍ଧ୍ୟା ହେଲେ ହେଉ
ଦୋଷ ତମର ନୁହେଁ କି ମୋର ନୁହେଁ,
ଚକ୍ରବ୍ୟୁହ ଯିଏ ରଚୁଚି ରଚୁ
ଦୋଷ ତମର ନୁହେଁ କି ମୋର ନୁହେଁ,
ଅଭିମନ୍ୟୁ ହେଉ କି ଏକଲବ୍ୟ
ଜୀବନ ର ମାନଚିତ୍ର ବଦଳି ଯାଉ
ଦୋଷ ତମର ନୁହେଁ କି ମୋର ନୁହେଁ,
‘ସତ ମିଛ’ ହାଟରେ ନିଲାମ୍ ହୋଇଯାଏ
ଯେତେ ସବୁ ଦୋଷ ।।

ଦୋଷ ତମର ନୁହେଁ କି ମୋର ନୁହେଁ।।

ସୁଚରିତା ମହାନ୍ତି

ମାହାଙ୍ଗା, କଟକ
୮୯୧୭୫୭୧୨୦୨

Leave a Reply

Your email address will not be published. Required fields are marked *