ଦୁଃଖର୍ ରାଇଜେ ମୋର୍ ସୁଖର୍ ନଗରୀ
ସୁଖ୍ ଛଡା ସବୁ ଜାଉଛେ ଉଛୁରୀ
ହଁସି ଟା ମୋର୍ ଆଶା – କରୁଛେ ନିରାଶା
ଅନ୍ଧାକାରର୍ ତ ମୁଇଁ ନାଗରୀ ।
ଫୁଲ୍ ଲେଖେନ୍ କାହିଁ ପାର୍’ବୁ କହଁରି
ଯେତେ ପ୍ରେମ୍ ହେଲେ ବି ସୁଖା ଚାଉଁରୀ
ବେଦି ଟା ଖାଲି – ନାଇଁ ହଉଛେ ତ ଭୁଲି
ଏକ୍’ଲା ବାଜି କାଣା କର୍’ବା ମୁହୁରି ।
ବେଦନାର୍ ଲହରୀ ମାରୁଛେ ଭଅଁରୀ
କରମର୍ ଢେଉରେ ନାଇଁ ପାରୁଛେଁ ପହଁରି
ସଂସାରର୍ ଭୁର୍’କୁଟି- ଟଁଟି ଦଉଛେ ମୁର୍’କୁଟି
ଜୀବନର୍ ଆର ପାରି ନେ ରେ ନାଉରି ।।
ମିନାକ୍ଷୀ ଷଣ୍ଢ
ହାଟପଦା , ସମ୍ବଲପୁର
Badhia
ବଢିଆ ହେଇଛେ କବିତା