ଅନତି ଦୂରରେ ପ୍ରଦୀପ ଜଳୁଛି
ମନ୍ଦ ମଳୟ ମଧ୍ଯେ
ଅମୃତ ସୃଷ୍ଟି ସୁନ୍ଦର ଦିଶୁଛି
ଅନ୍ଧକାର କୁକ୍ଷୀ ରନ୍ଧ୍ରେ।
ଆଲୋକବର୍ଣ୍ଣାଳୀ
ଦିଶିତଯାଉଛି
ମାୟା ମରିଚିକା ଭେଦି
ଅଖଣ୍ଡ ବିଶ୍ବାସ ଜାଗ୍ରତ ହେଉଛି
ଲଭି ସାଧନାରେ ସିଦ୍ଧି।
ଚେତନାରପୁରେ ତୂର୍ଯ୍ଯନାଦ ଶୁଭେ
ଅଜ୍ଞାନ ତିମିର ତଳେ
ଜ୍ଞାନ ଗାରିମାରେ ଗରୀୟାନ ମହି
ସନାତନ ସୃଷ୍ଟି ପରେ ।
ଭୁଲିଯାଅନାହିଁ ସ୍ବକର୍ତ୍ତବ୍ଯ ଯେତେ
ଆପଣାକୁ କରି ପର
ଅବସାଦ ଗ୍ରସ୍ତ ହୁଅନାହିଁ ସର୍ବେ
ଏ ଜଗତ ସଦିଚ୍ଛାର।
ସତ ସ୍ନେହ ଯହିଁ ମରି ମରିଯାଏ
ଛଳନାର ଛଳଭାରେ
ମିଛ ଅହଙ୍କାର ପିନ୍ଧି
ସୁନାପାଗ
ଜୁଲମ କରେ ସେଠାରେ ।
ରାତି ପାହିଯିବ ସକାଳ ଆସିବ
ଶୁଭିବ କାକଳି ତାନ
ଭେଦାଭେଦ ଛାଡି ଦିଅ ଭୀମରଡି
ରଖ ନିଜ ସନମାନ।