ମାଆର ଗର୍ଭରେ ଅନ୍ଧାର ଭିତରେ
ଯେବେ ଆମେ ବଢୁଥିଲେ,
ନର୍କ ଯନ୍ତ୍ରଣାରୁ ବଞ୍ଚିବା ପାଇଁକି
ପ୍ରଭୁଙ୍କୁ ସ୍ମରଣ କଲେ….
ଅନ୍ଧାର ମଧ୍ୟରେ ନବ ଯାତ ଶିଶୁ
କରୁଥିଲା କୁଆଁ କୁଆଁ,
ଏ ନର୍କ ମଣ୍ଡଳୁ ଉଦ୍ଧାର ପ୍ରଭୂ ହେ
ହୁଅ ପ୍ରଭୂ ମୋତେ ସାହା…
ପ୍ରଭୂ ଆସିଥିଲେ ଡାକ ଶୁଣିଥିଲେ
କହିଥିଲେ ଗୋଟେ କଥା,
ନର୍କରୁ ଉଦ୍ଧାର କରିଦେବି ତୋତେ
ମାନିବୁ ଯଦି ମୋ କଥା…
ନର୍କରୁ ଉଦ୍ଧାର କରିଦେବି ତୋତେ
ମୁକ୍ତି ତୋତେ ଦେଇଦେବି,
ମହାମନ୍ତ୍ର ଦେବି କରିଥିବୁ ଯପ
ଡାକିଦେଲେ ଆସିଯିବି….
ଭକ୍ତର ଦୁଃଖ ଦେଖି ମହାପ୍ରଭୁ
ହୋଇଥିଲେ ଆବିର୍ଭାବ,
କାନରେ ତାହାର ଦେଲେ ମହାମନ୍ତ୍ର
ଯପ କର ରଖି ଭାବ….
ଭାବରେ ଭଜିଲେ ପାରିହେବୁ ନିଶ୍ଚେ
ଏ ନର୍କ ପୁରରୁ ତୁହି,
ଯଦି ତୁ ମାନିବୁ କଥା ମୋ ରଖିବୁ
ଉଦ୍ଧାରିବି ତୋତେ ମୁହିଁ….
ମହାମନ୍ତ୍ର ଯଦି ନଯପିବୁ ତୁହି
ବିପଦରେ ପଡ଼ିଯିବୁ,
ଷଡ଼ ରିପୁ ତୋତେ ଗ୍ରାସ କରିଦେବେ
ନର୍କ ଦଣ୍ଡ ଭୋଗୁ ଥିବୁ….
ସଂସାର ମଧ୍ୟରେ ପଶିଗଲା ପରେ
ଛନ୍ଦି ହୋଇ ବାନ୍ଧି ହେବୁ,
ମହାମନ୍ତ୍ର ଯଦି କରୁଥିବୁ ଯପ
ଖୋଲା ଆମ୍ବରେ ବୁଲିବୁ….
ମାଆର ଗର୍ଭରୁ ପଡିଲା ପରଠୁ
କୁଆଁ କୁଆଁ ଡାକଦେଲେ,
ମାତୃ ଗର୍ଭେ ଯେଉଁ ମନ୍ତ୍ର ପାଇଥିଲି
ସବୁ ଆମେ ପାଶୁରିଲେ….
ଏହି କଥା ମନେ ପକାଇବା ପାଇଁ
ଦୀକ୍ଷା ଗୁରୁ ଜନ୍ମନେଲେ,
ଏ ମର୍ତ୍ତ୍ୟ ପୁରରୁ ମୁକ୍ତି ହେବା ପାଇଁ
ବାଟଟି ଦେଖାଇ ଦେଲେ….
କର୍ଣ୍ଣରେ ଆମର ଦେଲେ ମହାମନ୍ତ୍ର
ଦେଖାଇଲେ ମୁକ୍ତି ପଥ,
ପ୍ରଭୁଙ୍କ ସର୍ତ୍ତାକୁ ପକାଇଲେ ମନେ
ହେଲେ ଆମ ପ୍ରାଣନାଥ….
•••ସମାପ୍ତ•••