ଦି ଦିନର ଏ କାହାଣୀ

ଦିନେ ମୁଁ  ଥିଲି ତୁମର

ଦିନେ

ତୁମେ ଥିଲ ମୋର

ଦି ଦିନର ଏ କାହାଣୀ

ସରିଯାଇଛି ତ

ଭଲହେଲା

ତୁମକୁ ମୁକ୍ତି ମିଳିଲା

ମୋତେ ବି! 

କେତେ ଶୀଘ୍ର ସମୟଟା

ସରିଗଲା !

ଏବେ ଖାଲି 

ଆତ୍ମକାହାଣୀର କଥା

ଅନାବନା ଗୀତର ଲହରୀ

ଯେଉଁ ଆଡୁ ଭାସିଆସୁଥିବ

ସିଆଡକୁ ନିରେଖିବା କଥା

ତୁମେ  ତ ପ୍ରତ୍ଯକ୍ଷ ରେ ନାହଁ ଯେ

କାଂଦିପକେଇଲେ

ଆଉଁସିଦେବ ଆଖିପତାକୁ

ତୁମେ ତ ପ୍ରତ୍ଯକ୍ଷ ରେ ନାହଁ  ଯେ ହାତରେ

ତୋଳିଧରିଵ

ଵାଇଶି ପାହାଚରେ

ପାଦଖସିଗଲେ, 

ଲହଡିରେ  ଭାସିଗଲେ

 ଭିଡି ଧରିବ ବାହୁରେ

ତୁମେ ତ ନାହଁ ପ୍ରତ୍ଯକ୍ଷରେ 

ମନକୁ ମନ ଗପୁନି ମୁଁ

ଆଉ ନିରୋଳାରେ ରହୁନି

ଭିଡରେ ଗପୁଛି। 

ଭିଡରେ ଭିଡି ଭିଡି ଯାଉଛି

କାନକୁ କାଂଧ ଛୁଇଁ  ଛୁଇଁ 

ସବୁ ମଣିଷର ଉଷ୍ମତା, 

ସବୁ ହୃଦୟର ସ୍ପନ୍ଦନ

ମାଗୁଛି। 

ମନା କରୁନି। 

ଏବେ ବଳକା ସମୟ

ସବୁ ‘ହଁ ‘ରେ ହଁ

ସବୁ ନାଁ ରେ ହଁ

ବାସ୍ ।।

ପ୍ରତିଭା ମଞ୍ଜରୀ ଜେନା 

ସୋରୋ, ବାଲେଶ୍ଵର

One thought on “ଦି ଦିନର ଏ କାହାଣୀ

Leave a Reply

Your email address will not be published. Required fields are marked *