ଦାଦନ ଖଟି

ଯୋଉଛନ ହାଇଦ୍ରାବାଦ୍,ଗୋଆ ଦାଦନ ଖଟି
ଅଲଗା ରାଇଜେ ଗଲେ ଛାଡି ଓଡ଼ିଶାର ମାଟି।
ଇ ପାଖର୍ କୁଲି ଭୁତି କେ ମନ୍ ନେଇକରି
ଘର ଦ୍ୱାର ପିଲା ଛୁଆ ମନକେ ପାଶରି ।

ଟଁକା ପଇସା କାଏଁଟା ନେଇ କରୁଛେ
ସବୁ ଜିନିଷ ତୋ ଟଁକା ଦେଲେ ମିଲୁଛେ।
ଟଁକାର ଲାଗି ଜିବାକେ ପଢୁ ଅଛେ
ନେଇ ଗଲେ ଟଁକା ନେଇ ମିଲୁଛେ।

ଜାଉଛନ୍ ଖଟି ସାନ ବଡ ସଭେଁ
ଜନା ନେଇ ଆସବେ ଘରକେ କେଭେଁ।
କଲେଜ ପଢୁଆ ପିଲା ବି ଯାଉଛେ
ଶ୍ରମିକ ହେଇ ଖଟି ଖଟି ରହିଛେ।

ଚାପଡ ବତରିଆ ଫୋନ୍ ଘିନୁଛେ
ଘରକେ ଆଏଲେ ଗେମ୍ ନେ ମାତୁଛେ।
ମଦ ସିଗାରେଟ୍ ସବ ପିଉଛେ
ପଦେ କଥା କହେଲେ ରାଗୁଛେ।

ଯେନ୍ତା ସେନ୍ତା ସେନେ ରହି ଯାଉଛନ
ଘରେ କେନ୍ତା ଅଛନ୍ ନେଇ ବୁଝୁଛନ।
ଗଲା ବେଳେ ଯେସନ ସର୍ଦାଗିର୍ଦା କରି
ଆଏସି ଘରକେ ମୃତ ଶରୀର ଫେରି।

ସଞ୍ଜୟ ନାଏକ
ରଏନଗୁଡା, କୋକସରା, କଲାହାଁଡି
ମୋ-୮୨୬୦୪୩୮୨୭୩

Leave a Reply

Your email address will not be published. Required fields are marked *