ଦଦରାର ମୂଲ୍ୟ


ମଣିଷ ଜୀବନ ଯେ, ରହସ୍ୟମୟ। ଏହି ରହସ୍ୟ ଉନ୍ମୋଚନ ପାଇଁ ଚାଲିଛି ପ୍ରଚେଷ୍ଟା। କୋଟି କୋଟି ବର୍ଷର ଅନୁସନ୍ଧାନ ତଥାପି ଜିଜ୍ଞାସାର ଅନ୍ତ ହୋଇନି। ଏହାରି ମଧ୍ୟରେ ମଣିଷର ବ୍ୟାପକ ପରିବର୍ତ୍ତନ ଘଟିଛି। ସ୍ଥାନ, କାଳ ଓ ପାତ୍ର ଅନୁଯାୟୀ ସେ ପାଇ ଚାଲିଛି ସ୍ନେହ, ଶ୍ରଦ୍ଧା, ସମ୍ମାନ କିମ୍ବା ଅବହେଳା ଓ ତିରସ୍କାର। ଠିକ୍ ସେଇ ସାମଗ୍ରୀ ଭଳି ଯାହା ଦିନେ ସମସ୍ତଙ୍କ ପାଇଁ ମହତ୍ବପୂର୍ଣ୍ଣ ଥିଲା। ସମୟ ବିତିବା ସହ ଦଦରା ହୋଇ ଘରର କେଉ କୋଣରେ ପଡ଼ିରହିଲା। ଶେଷରେ ବିକ୍ରି ହୋଇଗଲା କବାଡିବାଲା ନିକଟରେ। ଏହା ଏକ ସାଧାରଣ ଘଟଣା। ସମସ୍ତଙ୍କ ସହ ଘଟେ। ତେବେ ଏହାରି ମଧ୍ୟରେ ଲୁଚି ରହିଛି ଦଦରାର ଅସଲ ମୂଲ୍ୟ। ଯାହା ସେହି ଅନୁଭବି ହିଁ ବୁଝିପାରେ ଯେଉଁ ମାନଙ୍କ ସହ ଏଭଳି କିଛି ଘଟଣା ଘଟିଛି।
ଆଜି ଦିନଟି ଥିଲା ମୋ ଜୀବନ ଶୀକ୍ଷାର ଏକ ଗୁରୁତ୍ବପୂର୍ଣ୍ଣ ଅଭୁଲା ମୁହୁର୍ତ୍ତ। ପକେଟରେ ନଥାଏ କାଣି କଉଡ଼ି। ଏଣେ ପରିବାରର ବୋଝ ବ୍ୟତିବ୍ୟସ୍ତ କରୁଥାଏ। ଟଙ୍କା ଆସିବ କେଉଠୁ। ଏଭଳି ଏକ ପ୍ରଶ୍ନ ଗତ କିଛି ଦିନ ହେଲା ମତେ ଘାଣ୍ଟି ଚାଲିଥାଏ। ସକାଳୁ ଉଠି ଚିନ୍ତାମଗ୍ନ ଅବସ୍ଥାରେ ଚା ପିଉଥିବା ବେଳେ ହଠାତ୍ ଶୁଣାଗଲା କବାଡିବାଲାର ସ୍ବର। ତାପରେ କ’ଣ ହେଲା କେଜାଣି ପାଦ ବଢ଼ି ଗଲା ଅପେଆପେ ଘରରର ଗେଟ୍ ନିକଟକୁ। ଡାକ ପକାଇଲି ଏ କବାଡିବାଲା ଏ କବାଡିବାଲା। ଫେରି ଚାହିଁଲା ସେ। ହାତରେ ଇଙ୍ଗିତ କଲି ଆସିବାକୁ। ସେ ଆସି ପହଞ୍ଚିବା ପରେ ପ୍ରଶ୍ନ କଲା କିଛି କବାଡି ସମାଗ୍ରୀ ଅଛିକି? ହଁ କଲି, ଘରୁ ଗୋଟିଏ ପରେ ଗୋଟିଏ ସାମଗ୍ରୀ ବାହାର କଲି। ଦଦରା କୁଲର, ଦଦରା ଓ୍ବାସିଂମୋସିନ୍ ସହ ଆଉ କିଛି ପ୍ଲାଷ୍ଟିକ୍ ସାମଗ୍ରୀ।
ସମସ୍ତ ସାମଗ୍ରୀକୁ ଦେଖିବା ପରେ କବାଡିବାଲା ପ୍ରକାଶ କଲା 500 ଟଙ୍କା ଦେବି। ମୁଁ କହିଲି ନା ଅଧିକ ମୂଲ୍ୟ ହେବ, ଠିକ୍ ଦାମ କହ। ହଁ ନାଇଁର ମୁଲଚାଲ ମଧ୍ୟରେ ଶେଷରେ 700 ଟଙ୍କା ଦେବ ବୋଲି ଚୁଡ଼ାନ୍ତ ହେଲା। ସମସ୍ତ ସାମଗ୍ରୀକୁ ତାର ଟ୍ରଲିରେ ଲଦି ମୋ ହାତରେ 700 ଟଙ୍କା ଦେଇ ସେ ଚାଲିଗଲା ତା ରାସ୍ତାରେ। ମୁଁ ଟଙ୍କା ନେଇ ଫେରିଲି ଘରକୁ। ସେହି 700 ଟଙ୍କା ନିଶ୍ଚୟ କିଛି ମୋ ସମସ୍ୟାର ସମାଧାନ କରିବାରେ ବ୍ୟବହାର ହେଲା।
କଥା ଏଠି ସରିନି। ଏଉଠୁ ଆରମ୍ଭ ହେଲା ମୋର ନୀତିଶିକ୍ଷା। ମନେ ମନେ ଯାଗ୍ରତ ହେଲା ଏକ ଭାବନା। ଆରେ ସତରେ ତ ଯେଉ ସାମଗ୍ରୀ ଆଜି ମୋ ପାଇଁ ଅଦରାକାରୀ ଥିଲା ତାହା ମୋର ମାନ ଓ ସମ୍ମାନକୁ ରକ୍ଷା କରିଦେଲା। ସତରେ ସେ ସାମଗ୍ରୀ ହେଉ ବା ପରିବାରର ବୟସ୍କ ବ୍ୟକ୍ତି ଠିକ୍ ଏମିତି। ସେମାନେ ମଣିଷ ସମାଜର ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ମୁକ୍ତି ପାଇବାର ରାସ୍ତା ପ୍ରଦର୍ଶିତ କରିଥାନ୍ତି। ବ୍ୟକ୍ତି ଜଣକ ବୟସ୍କ ହେଲେ ବୋଲି ଆଜି ପରିବାର ଓ ସମାଜ ପାଇଁ ଏକ ପ୍ରକାର ଅଦରକାରୀ ପାଲଟିଯାଉଛନ୍ତି। ପଡ଼ି ରହୁଛନ୍ତି ଘରର କେଉ କୋଣରେ ଏକ ଅବ୍ୟବହୃତ ସାମଗ୍ରୀ ଭଳି। ତେବେ ସେମାନେ ଯେ, କେତେ ମୂଲ୍ୟବାନ ଓ ପରିବାର ଓ ସମାଜ ପାଇଁ କେତେ ମହତ୍ବପୂର୍ଣ୍ଣ ତାହା ଆମ ମଣିଷ ସମାଜ ଆକଳନ କରିବାରେ ଅନେକ ସମୟରେ ଅସମର୍ଥ ହେଉଛି।
ଆସନ୍ତୁ ଭାରତୀୟ ପରମ୍ପରା ପୂଜ୍ୟପୁଜାକୁ ସମ୍ମାନ ଜଣାଇବା ଓ ସମସ୍ତଙ୍କୁ ସମ୍ମାନ ଓ ସ୍ନେହ ପ୍ରଦାନ କରିବା। ତେବେ ଯାଇ କେବେଳ ଆମେ ଉପକୃତ ହେବାନାହିଁ ସମଗ୍ର ମଣିଷ ସମାଜ ସେମାନଙ୍କ ଅଭିଜ୍ଞତାରୁ ଉଚିତ ମାର୍ଗଦର୍ଶନ ଓ ଆଶୀର୍ବାଦ ମଧ୍ୟ ପାଇପାରିବେ।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *