ତୁମ ପାଇଁ ପ୍ରୀତି ଗୀତି

 ତୁମ ପାଇଁ 

ଏକ କବିତା ଲେଖନ୍ତି

 ବସିଲି କଲମ ଧରି,

 ହେଲେ ଲୁଚିଗଲେ ଶବଦ ଅନ୍ଧାରେ

 ମନକୁ ଅନାଥ କରି…..।।୦।।

 ଭଅଁର କହିଲା କାନେ ଗାଇଗାଇ

 କିପାଇଁ ବସିଛୁ ଏକା,

 ନିଛାଟିଆ ଏଇ ଫୁଲ ବଗିଚାରେ

 ମନେ ଭରି ଏତେ ଶଙ୍କା,

 ଭାବି ପ୍ରଜାପତି ହାତମାରି ଦେଲି

 କଳା ରଙ୍ଗ ଗଲା ଭରି…..।।୧।।

 ଗୋଲାପ କହିଲା ପ୍ରେମ କଲେ ଲେଖା

 କଣ୍ଟା ତ ଲାଗିବ ସତେ,

 ଆଖି ଲୁହ ସିନା ପୋଛି ଦେବ ମନ

 ରକତ ଲାଗିବ ହାତେ,

 ସେ ରକତେ ଲେଖା ପିରତି ର ଗୀତି

 ବହେ ହୃଦୟକୁ ଚିରି….।।୨।।

ଆଶୁତୋଷ ମେହେର 

54 ଆର୍ୟ୍ୟପଲ୍ଲୀ

କିଟଛକ ପଟିଆ ଭୁବନେଶ୍ବର

ଦୂରଭାଷ 9437085396

Leave a Reply

Your email address will not be published. Required fields are marked *