ତୁମେ ଯଦି ଥାଆନ୍ତ ମୋ ପାଖରେ….
ଏକାଠି ହୋଇ ଖେଳନ୍ତିନି ହୋଲି-ସପ୍ତରଙ୍ଗରେ…
ତୁମେ ଯଦି ଥାଆନ୍ତ ମୋ ପାଖରେ….
ରଙ୍ଗର ଅବିର ଢାଳନ୍ତିନି ମୋ ମୁହଁରେ…
ତୁମେ ଯଦି ଥାଆନ୍ତ ମୋ ପାଖରେ….
ବେରଙ୍ଗ ଜୀବନକୁ ରଙ୍ଗୀନ କରନ୍ତିନି ରଙ୍ଗ-ପିଚିକାରୀରେ….
ତୁମେ ଯଦି ଥାଆନ୍ତ ମୋ ପାଖରେ….
ଭାଙ୍ଗ ଖାଇ ମାତନ୍ତିନି ରାଧାଶ୍ୟାମ ପ୍ରେମରେ…
କେମିତି ବା ଥିବ ତମେ ମୋ ପାଖରେ…
ଯେଉଁ ରଙ୍ଗଟିକ ପାଇଁ ମୁଁ ବଞ୍ଚିଥିଲି-
ସେ ରଙ୍ଗକୁ ଗଲାବେଳେ ତମେ ଛଡେଇ
ନେଇଛ ସାଥିରେ….
ତୁମେ ସିନା ନାହଁ ମୋ ପାଖରେ..ହେଲେ,
ଯେଉଁ ରଙ୍ଗ ବୋଳିଦେଇଛ ମୋ ହୃଦୟରେ
ଫଗୁଣର ସାତରଙ୍ଗ ମଧ୍ୟ ଆଜି ଫିକା ତା’ ଆଗରେ….
ଜଗନ୍ନାଥ ମେହେର
ଝାରସୁଗୁଡ଼ା