ତୁମେ

ମିଛ ଦୁନିଆଁ ରେ ଗୋଟିଏ ସତ
ତୁମେ ମିତ ମୁଁ ତୁମ ପାଇଁ ପ୍ରେରିତ
ପ୍ରାଣ ର କୋଇଲି ଗାଉଛି ଗୀତ..
ତୁମେ ସାଥେ ଥିଲେ  ଚୀର ବସନ୍ତ,
ସବୁଋତୁ ଗାଏ ମଳୟେ ଗୀତ..
ଫୁଲ  ମୁଁ ତୁମେ ମୋ ମାନ ମହତ,,
ଆସୁ ଝଡ଼ ଝଞ୍ଜା ତୁମେ ସିଦ୍ଧାନ୍ତ
ହୃଦୟେ ଅଭୟ ବିଶ୍ୱାସ ନିତ୍ୟ
କରି କରାଅ ଏ ଜାଣେ ମନ ତ
ତେଣୁ ନିର୍ଭୟ ମୁଁ  ହୃଦୟ ନାଥ
ଭଙ୍ଗା ଗଢ଼ା ସବୁ ତୁମ ଖେଳ ତ
ନ୍ୟାୟ ନୀତି ଚକ୍ର ତୁମରି ହାତ
ଏ ମାୟା ସଂସାରେ ନିର୍ବୋଧ ମୁଁ ତ
ତୁମ ନାମେ ପ୍ରାଣ ହେଉ ଉସତ
ଏ ସଂସାରେ ତୁମ ନାମ ଅମୃତ
ସେ ଅମୃତେ ମନ ଭିଜେ ନିରତ
ଚିର କୃପା ଥାଉ ଜଗତ ନାଥ
ତୁମେ ଥାଅ  ହୃଦୟେ ବିରାଜିତ।

କଳ୍ପଲତା କାନୁନଗୋ
ସମ୍ବଲପୁର 

One thought on “ତୁମେ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *