ତୁମର ମନେ ଅଛି ନା??

ତୁମର ମନେ ଅଛି ନା??
ତୁମ ସହ ସମୟ ବିତାଇବା ଲାଗି
ଚା ପିଇବା ବାହାନାରେ
୧୦ କିଲୋମିଟର ଯିବା??

ତୁମର ମନେ ଅଛି ନା?
ଆଳସୁଆମି ଯୋଗୁଁ ଡେରିରେ
ଉଠୁଥିବା ଝିଅକୁ
ଘଣ୍ଟା ଘଣ୍ଟା ତା ହଷ୍ଟେଲ ତଳେ ଅପେକ୍ଷା କରିବା??

କେବେ ରାଗ ଅଭିମାନରେ କଥା ନ ହେଲେ
ତାକୁ ମନେଇବାକୁ ଦିନ ରାତି ଏକ କରି ଦେବା??
ତାକୁ ଚାଲିବାକୁ କଷ୍ଟ ଲାଗେ ବୋଲି
ହଷ୍ଟେଲକୁ ଖାସ୍ କରି ତା ପାଇଁ ବାଇକ୍ ଆଣିବା ??
ତାର ପ୍ରତିଟି ଛୋଟ ବଡ଼ ସମସ୍ୟାକୁ ନିଜର ଭାବିବା??
କେହି ତାକୁ ନଜର ଉଠେଇ ଚାହିଁଲେ
ତା ସହ ଯୁକ୍ତି କରିବା??
ଛୁଟି ଦିନରେ ତାର ମନପସନ୍ଦ ଜାଗା ବୁଲେଇ ନେବା??

କ୍ଲାସ ଚାଲିଥିବା ବେଳେ ବି
ତା ପାଖେ ବସିବାକୁ ସହପାଠୀଙ୍କ ସହ କଳି କରିବା?
ତୁମର ମନେ ଅଛି ନା, ଖାଲି କ୍ଲାସରେ
ମତେ ପଛରୁ ଭିଡ଼ି ଧରି
ମୋ ମଥାରେ ପ୍ରେମ ଦାଗ ଦେବା???
ମନେ ଅଛି କି ନାହିଁ????

ଶ୍ରୀମୟୀ ସମାପିକା

Leave a Reply

Your email address will not be published. Required fields are marked *