ବାବୁ ଯାତରେ ବଡ଼ମା ଘରୁ ତୁନ୍ ଟିକେ ମାଗି ଆନ୍ବୁ। ବାପାର୍ ଆଦେଶ ପାଉନ୍ କି ପୋ ଛୁଟ୍ଲା ବଡ଼ମା ଘର୍କେ। ଘଡେକେ ଫରି ଆଏଲା ତାସ୍ଙ୍ଗିଥି ତୁନ୍ ଧରିକରି। ତାର୍ ଫିରୁନ୍ ଫିରୁନ୍ ଆର୍ ଦୁଇ ଘରୁ ଦୁଇ ଗିନା ତୁନ୍ ଭିଲ୍ ପୁହୁଁଚି ଥିଲାନ। ସବୁକେ ଥୁଇକରି ବା ଖାଇ ବସଲେ। ସମକୁ ଏକା ସଙ୍ଗେ ବସିକରି ଖାଏବାର୍କେ କହେଲେ। ମା’ ବୁଆ ଆର୍ ପୋ ତିନ୍ହି ପରାନୀ ବଡା ଆନନ୍ଦନ ଖାଇ ଚାଲିଥାନ୍। ପୋ ବାପ୍ କେ ପଚାର୍ଲା ବାପା ମଝି ମଝି ତୁମେ ଉନ୍ଝା ଘରୁ ତୁନ୍ ଆନ୍ବାର୍ ଲାଗି କାଏଁ ଯେ କହେସ ମତେ। ଆମର୍ ଘରେ ଭିଲ୍ ତ ଦାଏଲ୍, ତୁନ୍, ଭଜା ରନ୍ଧା ହେସି। ବାପା ପୋ ମୁହୁଁକେ ଦେଖିକରି ହସିଦେଲେ। ଗର୍ସେ ଭାତ୍ ଖାଉ ଖାଉ କହେଲେ ତୁଇ ଇକଥା କାଁ ହେଲା ଯେ ପଚ୍ରଉଛୁ। ତତେ କିଏ କାଣା କହେଲା କେଁ । ପୋ କହେଲା ନାଇଁ, କେହି କିଛି ନାହିଁ କହି। ଉଲ୍ଟା ବଡ଼ମା କହୁଥିଲେ ବେଟା ଆସୁନ୍ ଆସୁନ୍ ଡେରି କରିଦେଲୁ। କେତେବେଳୁ ତୋର୍ ବା ଲାଗି ତୁନ୍ ବାଢିକରି ରଖିଥିଲି। ତୁଇ ନାଇଁ ଆସିଥିଲେ ଆମର୍ ବାବୁ ଯାଇଥିତା। ଭଲ୍ କଲୁ ଆଏଲୁଯେ। ମା’ ହସିକରି କହେଲେ ତୋର୍ ବା କେ ଲାଜ୍ ନାଇଁ କି ସରମ୍ ନାଇଁ ହମିସା ଏନ୍ତେହି ତୁନ୍ ମାଗିକରି ଖାଏବାର୍ଟା ତାକର୍ ବଏସରା ହେଇଗଲାନ। ଇଥର ବା ମା’ କେ ଦେଖିକରି କହେଲେ ଠିକ୍ କହୁଛଗା, ହେଥିର୍ ଲାଗିତ ସବୁଦିନ ପଡାର୍ ଲୁକେ ତୁମର୍ନୁ ତୁନ୍ ମାଗିକରି ନେସନ୍। ହେମାନ୍କେ କାଣା କହେବ। ତାର୍ ପରେ ମା’ ଆର୍ ବା ଚୁପ୍। ଖିଆ ପିଆ ସଏଲା କି ମା’ କହେଲା ବାବୁରେ ଇଟା ଆମର୍ ପରାର ପରମ୍ପରା ହେଲାନ। ସଭେ ସମ୍କିରର୍ ଘରୁ ଏନ୍ତେହି ତୁନ୍ ମାଗିକରି ନେଇଥିସନ୍। ଇତାର୍ ପଛେ ଗୁଟେ ଭାବ୍, ପ୍ରେମ୍ ନିଜର୍ପନ୍ଟେ ଲୁକିକରି ରହିଛେ। ମା’ର୍ ଇସବୁ କଥା ମୋର୍ ମୁଡେ ନାଇଁ ଖେପ୍ଲା। ତୁନ୍ ମାଗିକରି ଭିଲ୍ କେନ୍ତା ଭାବ୍, ପ୍ରେମ୍ ଉବାଗର୍ କରିହେସି। ଭାବି ଭାବି ମୁଇଁ ଅଥା ହେଲି, ହେଲେ କାରନ୍ ଜାନିନାଇଁ ପାର୍ଲି ।
ସେଦିନର୍ କଥା ଇଛେନ୍ ଭିଲ୍ ଶୋର୍ ଅଛେ।ଖାଏବାର୍ ସମିଆଁ ହେଲା କି ବା ଫେର୍ ଘାଏ ତୁନ୍ ଆନ୍ବାର୍ ଲାଗି କହେଲେ। ସବୁଦିନ ତୁନ୍ ମାଗି ମାଗି ମତେ ବିର୍ଝା ଲାଗିଥିଲାନ। ଫିର୍ଭି ବା କଥା କେ ନାଇଁ କାଟିକରି ମାଉସିର୍ ଘର୍କେ ଗଲି। କବାଟ୍ ଠକ୍ ଠକଉଛେଁ କେହି ନାଇଁ ସୁନ୍ବାର୍। କିଛି ସମିଆଁ ଗଲାକି ମାଉସି ଅସିକରି କବାଟ୍ ଖୁଲ୍ଲେ। ମତେ ଦେଖିକରି ପଚାର୍ଲେ ବା ତୁନ୍ ଲାଗି ପଠେଇଛେ। ମୁଇଁ ମୁଡ୍ ହଲେଇକରି କହେଲି ହଁ। ମାଉସିର୍ ଆଖିନୁ ଆଖଲ୍ ଧାରେ ବୁହିଗଲା। ମୁଇଁ କିଛି ବୁଝି ନାଇଁ ପାରୁଥାଇ। ମାଉସି କହେଲେ, ଯା ବା କେ କହିଦେବୁ କାଲି ତୁନ୍ ଦେମି ବୋଲି। ପହେଲା କରି ମୁଇଁ ତୁନ୍ ମାଗି ଯାଇକରି ସେଦିନ ଖାଲି ହାତେ ଫରିଥିଲି। ମତେ ବଡା ଅଡୁଆ ଲାଗୁଥାଏ। ରାଗ୍ ଭିଲ୍ ଲାଗୁଥାଏ ବା ଉପ୍ରେ।
ଘର୍କେ ଖାଲି ହାତେ ଆସିକରି ସବୁକଥା ବା କେ କହେଲି। ବା କହେଲେ ଠିକ୍ ଅଛେ, ତୁଇ ଥା, ମୁଇଁ ଆସୁଛେଁ । ବା ମାଉସି ଘର୍କେ ଯିବାର୍ ଆଗ୍ରୁ ମା’ କେ କହେଲେ ସୁନତ, ନିଶ୍ଚେ ଶାନ୍ତିଲତାର୍ ଘରେ କିଛି ଅସୁବିଧା ହେଇଛେ। ମୁଇଁ ବୁଝିକରି ଆସୁଛେଁ । ବା ସେନ୍କେ ଯାଇକରି ଫିରି ଆଏଲେ ଆର୍ ମା’ କେ କହେଲେ ସୁନୁଛ ଦୁଇ ତିନ୍ ଜନ୍କର୍ ଲାଗି ଖାଏବାର୍ ବ୍ୟବସ୍ଥା କର। ଶନ୍ତିଲତାର୍ ଘରେ ଆଜି ରନ୍ଧା ନାଇଁ ହେଇ। ହରି ଦାଦା ହାଟ୍କେ ଯାଇଥିଲା ସେନୁ ଦୁର୍ଘଟନାଟେ ଘଟିକରି ତାର୍ ଦିହିଁ ଜଖମ୍ ହେଇଛେ। ଡାକ୍ତରଖାନାନୁ ଇଛେନ୍ ପରିବାରର୍ ଲୁକେ ଘର୍କେ ପୁହୁଁଚିଛନ୍। ରନ୍ଧା ନୁହେଁ ହୁଏ ଛୁଆ ପିଲାମାନେ କାଣା ଖାଏବେ।
ବାର୍ କଥା ସୁନିକରି ମା’ ଭିଲ୍ ଆମର୍ ଲାଗି ରନ୍ଧିଥିବା ଖାଏବାର୍ଟା ଜୁଗ୍ରେଇ କରି ବା ହାତେ ଦେଇଦେଲା। ବା ଧରିକରି ମାଉସିର୍ ଘର୍କେ ବାହାରିଗଲେ। ମୁଇଁ ମା’ କେ ପଚାର୍ଲି ସବୁ ତ ସେମାନଙ୍କୁ ଦେଇଦେଲ ଆମେ କାଣା ଖାଏମା। ମା’ କହେଲା ସୁନ୍ତରେ ବାବୁ ମୁଇଁ ଝଟ୍କରି ରାନ୍ଧୁଛେଁ, ଭୋକ୍ ଲାଗୁଛେ ବେଲେ ପିଠାପନା ଅଛେ ଖାଉଥା। ଇ ସମିଆଁଥି ବା ଫିରି ଆଏଲେ। ମତେ କହେଲେ ଇଥର ବୁଝ୍ଲୁ ମୁଇଁ କାଏଁ କରି ତତେ ତୁନ୍ ମାଗବାର୍ ଲାଗି ପଠାସି। ତୁନ୍ ମାଗ୍ବାର୍ଟା ଗୁଟେ ବାହାନା ଆଏ। ଦେଖ୍ ବେଟା ସମିଆଁ ସମ୍କିରର୍ ସବୁବେଳେ ଠିକ୍ ନାଇଁ ଥାଏ। ଭଲ୍ ଅସାର୍ ଲାଗିଥିସି। ଲୁକେ ଦୁଃଖେ ଥାଇକରି ଭିଲ୍ ନିଜର୍ କଥା ସହଜେ ନାଇଁ କହନ୍। ତୁନ୍ ମାଗି ଗଲେ ଜନା ପଡ୍ସି ସେମାନଙ୍କର୍ ଘରେ ସବୁକିଛି ଠିକ୍ ଅଛେ କି ନାଇଁ। ଗୁଟେ ପରାଥି ଅଛୁ, ପରିବାର୍ ଲେଖେନ୍ ଚଲୁଛୁଁ, ସଭେ ସମ୍କିରର୍ ସୁଖେ, ଦୁଃଖେ ସାତ୍ ଦେଉଛୁ। ଇଟାତ ଜୀବନ୍ ଆଏ, ମାଗି ଆନ୍ଲା ତୁନ୍ଥି ସୁଆଦ୍ ଥାଉ କି ନାଇଁ ଥାଉ ଇ ବାହାନାଥି ଜୀବନ୍ର ସୁଆଦ୍କେ ଚାଖିହେସି । ମୋର୍ ପାଖେ ଆଉ କିଛି ଶବଦ୍ ନାଇଁ ଥାଇ ବା କେ କିଛି କହେବାର୍ ଲାଗି। ବୁଝି ପାରୁଥିଲି ବାର୍ ତୁନ୍ ମଗା ପଛେ ଥିବାର୍ ଗହେର୍ କଥାକେ ।
ତୁନ୍
