କାଏଁଶ୍ ଫୁଲ୍ ବଗ୍ବଗାନୁ ଫୁଟ୍ସି
ତୁଇ ଆଏସୁ ବଲି
ଲାଲ୍ ଜର୍ଜର୍ ମନ୍ଦାର୍ ଫୁଲ୍
ଗହଗହ ମହମହ ହେସି
ଆର୍ ଦହନାର୍ କଥା କାଣା କହେମି
ମଗ୍ମଗେଇ କହଁର୍ ଛୁଟେଇ ଦେସି।
ତୁଇ ଫି ବଛର୍ ଆଏସୁ
ବନେ କର୍ସୁ ମା
ତୁଇ ଆଏସୁ ବଲି ତ ଆମର୍
ବୁତ୍ରିଲା ଆଶ୍ ଫେର୍ ଘାଏ ପାଆଁଲି ଉଠ୍ସି
କୁଲା ଏଡ଼େ ହେସି ହିଆ
ମନ୍ ବଲ୍ସି ଇ ଖେପ ଆର୍ ବଁଚୁତ୍ ନାଇଁ
ସବୁ ମହିଷାସୁର ମାନେ
ପିନ୍ପିନ୍ ଖଁଡ଼ା ତିର୍ଶୂଲର୍ ଚୁଟେ
ପର୍ଛା ହେଇଯିବେ ସୁହା
ହାଏ କର୍ବା ଧର୍ତୀ ମା
ଉସାସ୍ ହେଇଯିବା ପୁରଥୀ।
ସବୁଥର ହେନ୍ତା ହିଁ ଲାଗ୍ସି
ଏତ୍କର୍ ଆର୍ କିହେ ନାଇଁ ହୁଅନ୍
ଗୁଲ୍ଗୁଲା ସୁଲ୍ସୁଲା
ନିର୍ଭୟା ବାଗିର୍ ଲହୁଲୁହାନ୍
କି ମୋମିତାର୍ ଜୀବନ୍ ନାଇଁହୁଏ
ନାନାଖାନ୍।
ମା’!
ତୋର୍ ଆଏବାର୍ ଗହଗହ
ଆର୍ ଯିବାର୍ ମହମହ
ଫଟିକ୍ ଜନା ପଡ଼୍ସି
ଢୋଲ୍ ନିସାନ୍ ତାସାର୍ ଦୁଲ୍କାନ୍ଥି
ଗର୍ଜି ଘୁମ୍ରି କାନ୍ କିଲି ହେସି
ହେଲେ ତୁଇ କେନ୍ ଅସୁର୍କେ ମାର୍ସୁ
କି ଧର୍ମର୍ ଧଜା ଗାଡ଼୍ସୁ
ଯେ ଜନା ନାଇଁ ପଡ଼୍ସି
କାଁ କରି କି ତୁଇ ଗଲା ଉତାରୁ
ଫେର୍ ଘାଏ ଝି’ ଛୁଆଟେ
ବଲାଜୁରିର୍ ଦୁଃଖ୍ ଭୁଗ୍ସି।
ତୁଇ ଆଏସୁ ବଲି
