କାଏଁଶ୍ ଫୁଲ୍ ହଁସୁଛେ ଉସତେଁ
ତୁଇଁ ଆଇଛୁ ଗୋ ବଲି।
ସାଗୁଆ ସୁନ୍ଦର୍ ପାଟ୍ ବସ୍ ତର୍
ମନ୍ ଟା ନାଚୁଛେ ଝୁଲି।
ଲାଲ୍ ଜର୍ ଜର୍ ମନ୍ଦାର୍ ମାଲେଁ
ସୁନ୍ଦର ପଦମ୍ ଫୁଲ୍।
ଦହନା ମାଲେଁ ପାଉଛେ ଶୁଭା
ମାଁ ହଁସୁଛୁ ମୁଲ୍ ମୁଲ୍।
ଧୂପ୍,ଦୀପ୍,ଝୁନା ବାସେ ମହମହ
ନଡିଆ ଜୁଗାର୍ ଭୋଗ୍।
ସିନ୍ଦୁର୍ ମୁହିଁ ଆଗୋ ମହାମାୟୀ
ସରନ୍ ପସଲି ତୋର୍।
ଶଙ୍ଖ୍,ଘଁଟ୍,ଘଁଟା,ଢୋଲ୍,ନିଷାନ୍
ମଂତର୍ ଥିଁ ଆବାହନୀ ।
ଉତରୀ ଆଇଛୁ ଧରତୀ କେ ମାଁଗୋ
ବଛର୍ ଟାକେ ତ ତୁଇଁ।
ହିଁସା,ଅହଁକାର୍,ଛନ୍ କପଟ୍ ସବୁର୍
ପଡିଯାଉ ପୁର୍ ନାହୁତି।
ନାରୀ ଜାତି ତାର୍ ସନ୍ ମାନ୍ ପାଉ
କରିଦେ ମାଗୋ କରାମତି।
ଭାରତୀ ପଣ୍ଡା
ବୁର୍ଲା,ସମ୍ବଲପୁର