ଡାମରା କାଉ

ସକାଳ ପହରୁ ରାବୁଛି କାଉ,
ଉଠ ଉଠ ମଠ ନ କର ଆଉ।
ଆସିବେ କୁଣିଆଁ ମନେ ହଉଛି,
ଚାଲ ଉପରେ ତ କାଉ ବସିଛି।
ଗାଧୁଆ ପାଧୁଆ ସାର ଜଲଦି,
ଲଗାଇ ହେଇ ଜେ ତେଲ ହଳଦୀ।
ମାମୁଁ ଆସିବେ କି ପିଉଷୀ ନାନୀ,
କିଏ ସେ ଆସିବେ ଜାଣି ହଉନି।
ସଅଳ ସଅଲ ପରିବା ଅlଣ,
ଆଇଁଷ ଝୋଳ ରେ ପିଉଷୀ ମନ।
ମାମୁଁ ଆସିଲେ ତ ବାଡି ପିଜୁଳି,
କେତେ ଯେ ପରିବା ଆଣିବେ ତୋଳି।
ପିଉଷୀ ଗାଁ ର ଖଇର ପାନ,
ଦାନ୍ତୁଡ଼ି ଖଜା ରେ ଥାଏ ମୋ ମନ।
ଆଉ ତୁ ବୋବାନି ଜା ଲୋ କାଉ,
ପାଇଟି ସରିନି ରହିଛି ଆଉ।

ପ୍ରଣତି ସାହୁ

ପ୍ରଫେସର କଲୋନୀ

ରାୟପୁର

Leave a Reply

Your email address will not be published. Required fields are marked *