ଡ଼ର୍ ଲାଗ୍‌ସି ମତେ

ଡ଼ର୍ ଲାଗ୍‌ସି ମତେ ସପନ୍ ଦେଖ୍‌ବାର୍ କେ,
ଭାଏଲ୍ ସେ ସପନ୍ ସବୁ ଭାଂଗି ଛିନ୍ ଛତର୍ ହେଇଯିବା…,
ବନିହାନ୍ ଡ଼ର୍ ଲାଗ୍‌ସି ଦଂଗ୍ ଦଂଗ୍‌ଉଥିବାର୍ ଜୁଏ କେ
ଭାଏଲ୍ ମୋର୍ ଭଲିଆ କୀରା କେ ଜଲେଇ ପୁଡ଼େଇ ଦେବା…!!
ରଗ୍ ରଗଉ ଥିବାର୍ ଅଂଗାର୍ କେ ଭି ଡ଼ର୍ ଲାଗ୍‌ସି,
ଭାଏଲ୍ ମୋର୍ ପଏଚାନ୍ କେ ଖାର୍ କରିଦେବା….!!
ତତ୍‌ଲା ପାନି ଘର୍ ନେଇଁ ପୁଡ଼େ କହେସନ୍
ହେଲେଁ ଘରର୍ ଭର୍‌ସା କେ ତ ଲଟ୍‌ପଟେଇ ଦେସି,
ତ ତତ୍‌ଲା ପାଏନ୍ କେ ନି ଡ଼ରି କରି ,
କାଏଁ ବାଟ୍ ଟା ଅଛେ…..!!??

ମୁଇଁ ତ ଝଡ଼ି ବର୍‌ଷା କେ ଭି ଡ଼ର୍‌ସିଁ,
ଭାଏଲ୍ ମୋର୍ ବିଚାର୍ ଆର୍ ଅସ୍ତିତ୍ବ କେ ଉସାସ୍ କରିଦେବା..,
ଫୁଲେଇ ଫଗୁନ୍ କେ ତ ପଏର୍‌ଛା ଡ଼ର୍‌ସିଁ,
ଭାଏଲ୍ ମୋର୍ ସବୁ ଇଚ୍ଛା କେ ସର୍‌.. କଲା ଉଡ଼େଇ ନେବା…!!
ଲୋଗ୍ କହେସନ୍ ପାଏନ୍ ପବନ୍ ତ ନିଜର୍ ଅଁନ୍,
ହେଲେଁ ଇ ନିଜର୍ ଲୋଗ୍ ମାଁନ୍‌କୁ ତ ମତେ ଆର୍ ଗୁର୍‌ଦୁ ଡ଼ର୍ ଲାଗ୍‌ସି
କିଏ ଜାନିଛେ କିଏ କେତେବେଳେ,
ଖାଏଲା ଭାତେଁ ମହରା ମିଶେଇ ଦେବା,
କପାଲ୍ ଫଟା ତ ମିଠା ଭି ଖଟା,
ତ ସବୁନୁ ଜହ ଡ଼ର୍ ନିଜ୍ କେ ଆର୍ ନିଜର୍ କପାଲ୍ କେ ଲାଗ୍‌ସି,
ଭାଏଲ୍ ମୋର୍ କପାଲ୍ ଫଟା ହେଇଥିବା…
ଭାଏଲ୍ ମୋର୍ କପାଲ୍ ଫଟା ହେଇଥିବା…!!

ଡ଼ରି ଡ଼ରି କରି ଚାଲୁଛେଁ ମୁଇଁ
କେତେବେଲେଁ କାଁଣା ହେବା କିଛି ଜାନି ନାଇଁ
ଜେନ୍‌ତା ହେବା ହଉ କହୁଛେଁ,
କରମ୍ ଛଡ଼ା, ଆର୍ କାହାକେ ମୋର୍ ଭର୍‌ସା ନାଇଁ…
କରମ୍ ଛଡ଼ା , ଆର୍ କାହାକେ ମୋର୍ ଭର୍‌ସା ନାଇଁ…!!

ବିଜୟ ପୁଟେଲ,
ସ୍ନାତକୋତ୍ତର, ଇଂରାଜୀ ବିଭାଗ
ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର

Leave a Reply

Your email address will not be published. Required fields are marked *