ଟିକି ଚିନ୍ତନ

ସହିବା,ନଇଁବା,ପାଳିବାର ଗୁଣ
ନାରୀ ପାଖେ ଥାଏ ଯେବେ,
ଧୀର,ନମ୍ର,ଶାନ୍ତ,ସ୍ୱଭାବରେ ଗୃହ
ପରିଣତ କରେ ସ୍ୱର୍ଗେ।
ମନ ତଳ କୋହ,ଆଖିତଳ ଲୁହ
ଲୁଚାଇ ଯେ ନାରୀ ହସେ,
ଶତ୍ରୂତା ସ୍ୱଭାବ,ଥିବା ମନୋଭାବ
ଶତ୍ରୁ ବି ଶରଣ ପଶେ।
ସବୁଠାରୂ ନାରୀ ଶ୍ରେଷ୍ଠ,
ଶ୍ରେଷ୍ଠତାର ଗୁଣେ,ଦେବୀର ସମ୍ମାନେ
ରହିଛି ସଦା ସେ ଉଚ୍ଚ।
ନାରୀ ସୁଲଭର ଗୁଣେ,
ଘର, ପରିବାର,ସମାଜ ଓ ରାଷ୍ଟ୍ର
ବଦଳିଯାଏ ବି ଦିନେ।

ବିବାସିନୀ ପଟ୍ଟନାୟକ
କାଳୁପଡା ଘାଟ
ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *