ଝିଅଟିଏ ମୁଁ ଭାବିଲା ବେଳକୁ ଯେ
ଦ୍ବନ୍ଦ ମନେ ଭରିଯାଏ ,
ବସି ନୀରବତାରେ ଭାବେ ଅନ୍ତରରେ
ଝିଅକୁ ଗଢିଲା କିଏ ? ।।
ପରେ ଜ୍ଞାତ ହୋଇ ମନେ ଖୁସି ହେଲି
ଭଗବାନଙ୍କର ଏହା ଦାନ ,
ସବୁ ଜାଣି ମଧ୍ୟ ଶିଶୁ କନ୍ୟାଙ୍କର
ହତ୍ୟା କରେ ମୂର୍ଖ ଜନ ।।
ଝିଅ ଅଟେ ରତ୍ନ ଝିଅ ଅଟେ ସ୍ଵର୍ଣ୍ଣ
ଝିଅ ଅଟେ ମୁକ୍ତାହାର ,
ଝିଅ ଥିଲେ ଘର ମନ୍ଦିର ସମାନ
ଏ ବଚନଟି ସତ୍ୟର ।।
ଝିଅ ଜୀବନଟା ସହଜ ନୁହେଁ ରେ
ସହି କେତେ ଦୁଃଖ କଷ୍ଟ ,
ସବୁ ସମ୍ପର୍କ ତୁଲାଇବାକୁ ହୁଏ
କର୍ତ୍ତବ୍ୟର ବାଲି ହାଟ ।।
ବାପ ଘରେ ଝିଅ କୁଲା ଫଙ୍କିଆ ଯେ
ଶାଶୁ ଘରେ ମାପଜୋକ ,
ଦୁଇ କୁଳର ସେ ହିତ ଚିନ୍ତୁ ଥାଏ
ଅଲିଭା ମେହେର
ବିଜେପୁର , ବରଗଡ