ସ୍ୱାଧୀନ ସ୍ଵାଧୀନ ଭାରତ ସ୍ୱାଧୀନ
ଆମେ ଗାଉଛି ମୁକ୍ତିର ଗୀତ
ଜଗତେ ଯାହାର ଉଡୁଅଛି ବାନା
ଆମେ ଧରିଛୁ ତାହାର ନେତ।
ଜୟ ହିନ୍ଦ୍ ! ଜୟ ହିନ୍ଦ୍! ଜୟ ଭାରତ
ବିଶ୍ଵ ଗୁରୁ ଯିଏ ଜ୍ଞାନ ବିଜ୍ଞାନରେ
ବିଶ୍ଵ ଭାତୃତ୍ଵ ଯାହାର ଟେକ
ରଖିବୁ ମାନ ଏ ମାଟିର ସନ୍ତାନ
ବଳି ଦେବୁ କାଟି ବେକ।
ଜୟ ହିନ୍ଦ୍ ! ଜୟ ହିନ୍ଦ୍! ଜୟ ଭାରତ
ହିମାଦ୍ରି ଯାହାର ସୁଦୃଢ଼ କବଚ
ସିନ୍ଧୁ ପଖାଳେ ଯା ପାଦ
ସଂସ୍କୃତି ଯାହାର ଅନନ୍ୟ ଅପାର
ଯା’ର ମାଟିର ସ୍ଵାଦ ଅମୃତ
ଜୟ ହିନ୍ଦ୍ ! ଜୟ ହିନ୍ଦ୍! ଜୟ ଭାରତ
ରୂପ ଯା’ର ଅଟେ ବିବିଧତା ମୟ
ବସୁଧୈବ ଯା’ର ପ୍ରାଣ
ଦେବତା ଜନ୍ମଇ ନର ରୂପେ ଏଠି
ଯହିଁ ସେବା ଅଟେ ନାରାୟଣ
ଜୟ ହିନ୍ଦ୍ ! ଜୟ ହିନ୍ଦ୍! ଜୟ ଭାରତ
ତ୍ୟାଗ ଆତ୍ମ-ସଂଯମ ମୂଳମନ୍ତ୍ର ଯା’ର
ଶ୍ରେଷ୍ଠ ଆମେ ଭାରତୀୟ
ଭାରତ ଆମର ଗର୍ବ ଓ ଗୌରବ
ସାରା ବିଶ୍ୱେ ଅଟେ ବନ୍ଦନୀୟ
ଜୟ ହିନ୍ଦ୍ ! ଜୟ ହିନ୍ଦ୍! ଜୟ ଭାରତ
ଆସ ହେ ଭାରତ ବନ୍ଦିବା ଭାରତୀ
ଦେଇ ମନ ପ୍ରାଣ ବିତ୍ତ
କର୍ମ କରିଯିବା ଦେଶ ହିତ ପାଇଁ
ଦେଶ ହିତେ ଆମ ଚିତ୍ତ
ଜୟ ହିନ୍ଦ୍ ! ଜୟ ହିନ୍ଦ୍! ଜୟ ଭାରତ
କରିବା ଶପଥ ଆସ ଆହେ ମିତ
ଦେଶ ପ୍ରଗତିରେ ବଢ଼ାଇବା ହାତ
ରଖିବା ଆମେରେ ତାହାର ମହତ
ଯା’ର ତ୍ରିରଙ୍ଗା ଅଟଇ ନେତ
ଜୟ ହିନ୍ଦ୍ ! ଜୟ ହିନ୍ଦ୍ ! ଜୟ ଭାରତ
ଜୟ ହିନ୍ଦ୍!ଜୟ ହିନ୍ଦ୍ ! ଜୟ ଭାରତ