ଜୀବନ ଦୌଡ଼

ଧାଁ ଧପଡ ଅଣ ନିଶ୍ଵାସୀ ହୋଇ
କହ ଜୀବନ ଆଉ କେତେଦିନ ଚାଲିବ
ମୃତ୍ୟୁ ହିଁ ତୋ ଦୌଡ଼ର ଶେଷ ସ୍ଥାନ
ଅବଶ୍ୟ ଏଇ ଜିଇଁବା ଟିକକ ପାଇଁ ଜୀବନ ଦୌଡ଼।

ସ୍ପୃହା ମରେନି ମୋହଗ୍ରସ୍ତ ହେଉଥାଏ
ସବୁ କିଛି ପାଇବ ପରେ ବି
ଘାରୁଥାଏ ଆଉ କିଛି ନୂତନତ୍ୱର ସନ୍ଧାନ।

ଜୀବନ ପାଇଁ ଏତେ ସବୁ
ହେଲେ ଜୀବନ ଟା କେବେ ମୋ କଥା ବୁଝିଲା
ଯାହା କୁହ ଭାତ ପାଇଁ ଏତେ ନାଟ
ତଥାପି ସରେନି ଲାଳସା।

ପିଠି ନଇଁଯାଏ କାମ ମାଡ଼ରେ
ମୁଣ୍ଡ ଗରମ୍ ହୁଏ ସେଇ ଚାପରେ
ଛାତି ଚିରି ହୁଏ ଆଦେଶ ଚୋଟରେ
ମୁହଁ ପୋଡ଼ିଯାଏ ଗାଲି ନିଆଁରେ।
ତଥାପି ବଞ୍ଚିବାଟା ନିଶା
ମରେନି ବୃଥା ଆଶା।

ଆହୁରି ଆହୁରି ଦୌଡ଼େ ସେ
ବାଟେ କଣ୍ଟା ମାଡେ଼ ରକ୍ତ ଝରେ
ପଥରରେ ଝୁଣ୍ଟି ଯାଇ ଚମ ଉତୁରେ
ଗଦା ଗଦା ଫାଇଲରେ ମୁଣ୍ଡ ଗୁଞେ
ତଥାପି ଚାଲେ ଆଗକୁ….

ଜୀବନ ପରୀକ୍ଷା ଖୁବ୍ କଷ୍ଟ
ଉତ୍ତର ଲେଖିବା ଆହୁରି କଷ୍ଟ
ଅନୁଭୂତି ଅନୁଭବ ରହିବା କଥା
ଜୀବନ ପରୀକ୍ଷାରେ ଜିତିବା ବି କଳା
ଜୀବନ ଦୌଡ଼ ଚାଲିଥାଏ ଏମିତି
ବାର ବାର ସଫଳତା ପରେ ମଧ୍ୟ
ପରୀକ୍ଷା ଗୁଡ଼ିକ ତାକୁ ଅପେକ୍ଷା କରିଥାନ୍ତି ଯେମିତି।

ବର୍ଷାରାଣୀ ମହାମଲ୍ଲୀକ

ବରଗଡ଼

Leave a Reply

Your email address will not be published. Required fields are marked *