ବିଶ୍ବାସ ଓ ଅବିଶ୍ବାସ
ଜୀବନର ଦୁଇଟି ଅଭିନ୍ନ ଅଙ୍ଗ
ମଣିଷର କର୍ମ ଉପରେ ସବୁକିଛି ନିର୍ଭର କରେ
ବିଶ୍ବାସ ହାସଲ କରିବା କଷ୍ଟକର କାର୍ଯ୍ୟ
ସାମାନ୍ୟତମ ଭୁଲ୍ ମଣିଷକୁ
ଅବିଶ୍ବାସର ଗଭୀରତା ମଧ୍ୟକୁ ଠେଲି ଦିଏ
ଜୀବନର ପ୍ରତି କ୍ଷଣ ମଣିଷ ଏମିତି
ବିଶ୍ବାସ ଓ ଅବିଶ୍ବାସର ଦୁଇଟି ପଥରେ ଅଗ୍ରସର
ନିଶ୍ଚିତ କରିବାକୁ ହେବ
ଆମେ କେଉଁ ପଥରେ ପରିଚାଳିତ ହେବା
ଈଶ୍ୱର ବିଶ୍ବାସର ପ୍ରତୀକ
ଆଉ ଅବିଶ୍ବାସ ଠିକ୍ ଭାଙ୍ଗିଥିବା ସେଇ ସ୍ବପ୍ନ ପରି ।।