ଅକ୍ଲିଆ ଗାଁର ଅକେଲ ପରାଥି
ଥିଲା ଗୁଟେ ମାଁ ବୁଢି,
ଦୁଇ ପୁଓ ସାଙ୍ଗେ ଦୁଇ ଵହ ତା’ର
ଥିଲା ସେତ ଘର୍ କରି ।।
ଫଠା କପାଲ୍ ନେଇ ଜନମି ଥିଲା
ବାଲୁତ ଥିଲା ସେ’ ରାଆଁଣୀ,
ବଡ଼ା ଦୁଃଖେ ପାଲି ଥିଲା ଛୁଆ ସେତ
ଫେର୍ ବାପର୍ ସୁଖ ବାଢ଼ି ।।
ପନ୍’ତେ ପିନ୍ଧି ପନ୍’ତେ ସୁଖେ ଆହା
ଛୁଆ ଖୁଏ, ପେଟ୍ ମାରି,
ମଜରି ବୁତା ସଙ୍ଗେ ବଢୁଁନ ଗଥା
ଧରି ଗଲେ ଆନେ ମାରି ।।
ତାର ସସେଁ ସର୍’ଧା ସେବା ଜତନେ
କରି ନାଇଁ ତ’ ପକ୍ ପାତ୍,
ଅଏଜ୍ ଥିର୍ ଟିକେ ଲାଗି ମାଁ’ବୁଢି
ତୁମେ କରୁଛ ଭାଗ୍ ଭାଗ୍ ।।
ପୁଓ ମାନେ ତାର୍ ମାଏଝି ପାଏଲେ
ମାଁ ହେସି ତନେ ତନେ,
ଭଅଁତା କେ ଘଲା ଆସ୍ ରଖସନ୍
ନେମୁ ବଲି ଅନେଁ ବନେଁ ।।
ମାସ୍ ନାଇଁ ପୁରୁନୁ ଵହ ମାନେ ତାର୍
କହେସନ୍ ମୁହୁ ଖୁଲି,
ଏକ ତରିକ୍ ନୁ ସାନ୍ ଘର୍ କେ ଯିବ
ନାଇଁ କରି କଲି ଗଲି ।।
ଇ ମାସର୍ ଟଁକା ନାଇଁ ଦେଇ ବୁଢି
ଥିର୍ ନି ମିଲେ ତାହାକେ,
ଟୁପୁର୍ ଫୁସୁରୁ ହେସନ୍ ଵହ ମାନେ
କଲି ଗଲି ସେଥି ମହକେ ।।
ପୁଓ ମାନେ ତାର୍ ଦୟା ଘାଏ କଲେ
ଵହ ନାଇଁ ରଖନ ଭିଲି,
ପାଞ୍ଚ ଲୁକେ ନିଏ କରନ୍ ବୁଢିର
ସାବିତ୍ କରି ଜେ କଲି ।।
ବଡ ପୁଅ ବଲେ ମାଁ ସାଙ୍ଗେ ରହୁ
ମୁଟେ ଵହ ନାଇଁ ବଲେ ,
ସାନ ଗୁସିଆ ଘରେ ପାଲ ଦେଖୁଛନ୍
ମୁହୁଁ ତାକର୍ ନାଇଁ ଖୁଲେ ।।
ମାଁ’ବୁଢି ଏହାଦେ କେନ କେ ଯିବା ହୋ
ଜିଇଁ ଥାଇ ଥାଇ ମରେ,
ଧରତୀ କେ ବଲେ ଯା’ଗୋ’ ମାଁ ଫାଟି
ଧର ଘାଏ ମତେ କୁଲେ ।।
ପୁତ୍ରା ବଲେ ଆଖଲ୍ ଧାର କେ ପୁଛି
କିହେ ନୁହେଁ ଇନୁ ତୁମର୍,
ଛୁଆ ବେଲର୍ କଥା ଭୁଲି କେନ୍ତା ଜିମି
ତୁମେ ବି ଥିଲ ମାଁ ଆମର ୍।।
ଦିନେ ବେଲେ ଘଡେ ଛନେ ହେଲେ କାକି
କରିଥିବ ଆହା ମତେ,
ସେ ଋଣ ମତେ ସୁଝେଇ ଦିଅ ଗୋ
କଥା ଟିକେ ରଖ ସତେ ।।
ଗୁହେର ସୁନ ପ୍ରଭୁ ପୁଓ ଅଛେ ପୁଓର
ନାଇଁ କରବ ମୋର୍ ସରି,
ଦୁଃଖଟା ମୁଇତ ମାଗି ଅନିଛେ
ପୁଓ ମୋର୍ ଜିବେ ହଦ୍’ରି ।।
କଥା ନୁହେଁ ଇଟା ନୁହେଁ ତ କଥାନି
ଦେଖ୍’ଲା କଥା ଆଖିର,
ବୁଢା ବୁଢି ବେଲ ଘଟେଇ ନେସନ୍
ଶେଷ ଜୀବନ ସାରଥି ।।
ପିତୃଦୋଷ କାଟ ହଜାର ଟଁକା ସାରି
ଶ୍ରାଧେ ଦିଅ ଭୂଜି ଭାତ,
ଜିଁଥିଲା ମାଁ,ବାପ୍ ଥିର ଢୁକେର୍ ନୁହେଁ
ଦେଖୁଛନ୍ ଆଶ୍ରମ ବାଟ୍ ।।