ଦଶମାସ ଗର୍ଭେ ଧରି ସନ୍ତାନ କୁ
ଦେଇଥିଲା ପରିଚୟ
ପାଦେ କଣ୍ଟାଟିଏ ଫୁଟିଗଲେ
ଝରି ଯାଉଥିଲା ଆଖିରୁ ଲୁହ ll
ଦୀପଶିଖା ପରି ନିଜେ ଜଳି ଜଳି
କରୁଥିଲା ସିଏ ଆଲୋକ ପ୍ରଦାନ
ତ୍ୟାଗ ସଂଘର୍ଷ ବଳିଦାନ
ସର୍ବ ଉତ୍ସର୍ଗୀତ ଥିଲା ତା ଜୀବନ ll
ମାନଅଭିମାନ ଲହୁଲୁହ ଇଛାବାଞ୍ଛା
ସବୁ ଲୁଚାଇ ସେ ହୃଦୟ ଭିତରେ
ନିଜକୁ ନିଜେ ସଂକୁଚିତ କରିରହିଥିଲା
ଆପଣା ପୃଥିବୀରେ ll
ଅତୀତଟା ସମ୍ମୁଖ ରେ ହୁଏ ଉଦ୍ଭାସିତ
ହୃଦୟ ଟା ବେଦନାରେ ଖଣ୍ଡ ବିଖଣ୍ଡିତ
ନିଜ କର୍ମ କୁ ଆଦରି ଆଜି ଶୂନ୍ୟହସ୍ତ ,
ଦୁଃଖ ବେଦନାରେ ହୃଦୟ କ୍ଷତାକ୍ତ ll
ଅଲୋଡ଼ା ଜୀବନ ଆଜି ଜରାଶ୍ରମେ ବିତେ
ଶ୍ରାବଣ ଧାରାରେ ଚକ୍ଷୁ ଦ୍ୱୟ ସିକ୍ତେ
ତ୍ୟାଗ ବଳିଦାନ ର ଏଇତ ପାଉଣା
ଜରାଶ୍ରମ ଆଜି ତାର ଶେଷ ଠିକଣା ll