ଚା କପ ଆଉ ଚିଠି

 

 ପଢୁଛି ତୁମରି ହାତଲେଖା ଚିଠି

 ପ୍ରେମ ମହମହ ଭରା,

 ସକାଳୁ ସକାଳୁ ଚା ସ୍ବାଦେ ଭରିଲା

 ଉଷୁମ ପ୍ରିତୀ ର ଧାରା…..।।୦।।

 ଚିଠି ଖଣ୍ଡେ ସିନା ଫଗୁଣ ପୁଲକ

 ଅକ୍ଷର ଧାଡିରେ ଗୁନ୍ଥା,

 ଶେଫାଳୀ ର ବାସ ମହକେ ପୁରିଲା

 ମନ ତଳ ସବୁ ବ୍ୟଥା,

 ଖୋଲା କଥା ତୁମ ହୃଦୟକୁ ଛୁଏଁ

  ପିରତି ଫଲଗୁ ଝରା…….।।୧।।

 କଅଁଳ ମନର କଅଁଳ ଭାଷାରେ

 ଭାବଭରା ଚଉତିଶା,

 ଜୀବନ ଯମୁନା ସୁଖ ଦୁଃଖ ଫେଣ୍ଟା

 ସକାଳ ମୁରୁଜ ଆଶା,

 ଆଶା ନିରାଶାର ଖେଳ କଣ ପ୍ରେମ

 ଚିଠିରେ ପଡୁଛି ଧରା…….।।୨।।

 ହୃଦୟ ଭିତରେ ସାଇତିଛି ଚିଠି

 ମନେ ସେ ଅଭୂଲା ଭାବ,

 ପ୍ରତିଟି ଅକ୍ଷର ଆଖି ଲୁହ ଟୋପା

 ପ୍ରିତୀ ଲହୁ ଅନୁଭବ,

 ଓଠ ଯେଉଁ ଭାବେ ଚା ସ୍ବାଦକୁ ଭୋଗେ

 ଉଷୁମ ପରଶେ ଭରା……।।୩।।

ଆଶୁତୋଷ ମେହେର 

54 ଆର୍ୟ୍ୟପଲ୍ଲୀ

 କିଟଛକ ପଟିଆ

 ଭୁବନେଶ୍ବର  751024

ଦୂରଭାଷ  9437085396

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *