ଚାଷୀର ଦୁଃଖ

ମେଞ୍ଚା ମେଞ୍ଚା ଖାଦ୍ୟ ନଷ୍ଟ କରୁଥିବା
ମଣିଷ ହେ ଯାଅ ଦେଖି,
ତୁମ ପାଇଁ ଖାଦ୍ୟ ଯୋଗାଉଛି ଯିଏ
ସିଏ କେତେ ବଡ଼ ଦୁଃଖି l(୧)
ଗ୍ରୀଷ୍ମରେ ଖୋଜେନି ଶୀତଳତା ପୁଣି
ବର୍ଷାକୁ ଭଲ ସେ ପାଏ,
ଶୀତ କାକରରେ ଫୁଙ୍ଗୁଳା ଦେହରେ
କ୍ଷେତପରେ ଖଟୁଥାଏ l(୨)
କୀଟ ଠୁ ପତଙ୍ଗ ଅବା ସରୀସୃପ
ସଭିଙ୍କୁ ଆଦରି ନିଏ,
ମାଟିପରି ଧୌର୍ଯ୍ୟ ହୃଦୟରେ ଭରି
ସୁନାର ଫସଲ ଦିଏ l(୩)
ଝାଟିମାଟି ନଡ଼ା ଛପର ଘରଟେ
ସେଠି ମୁଣ୍ଡ ଗୁଞ୍ଜି ସୁଏ ,
ସ୍ଵପ୍ନରେ ଗଢେ ସେ ସୁନାର ମହଲ
ସ୍ୱପ୍ନରେ ସେ ଭାଙ୍ଗିଦିଏ l(୪)
ସାହସ ପାଏନି ଦେଖିବାକୁ ସ୍ୱପ୍ନ
ଦୈବ ଦୁର୍ବିପାକ ପାଇଁ,
କ୍ଷଣିକରେ ସବୁ ଛାର୍ ଖାର୍ ହୁଏ
ମାଟି ସାଥେ ମିଶିଯାଇ ।(୫)
ଆଶା ବାନ୍ଧେ ସିଏ ବରଷକ ପାଇଁ
ସାଇତି ରଖିବ ଦାନା,
କୋଠା ଘର ଖଣ୍ତେ ତିଆରି କରିବ
କିଣବ ଖଣ୍ଡିଏ କନା ।(୬)
ଏମିତି ଏମିତି ବର୍ଷ ଯାଏ ବିତି
ଆଶା ତା ଅଧୁରା ରୁହେ ,
ହାଣ୍ଡିରେ ପଖାଳ କେବେବି ସରେନି
ଗରମକୁ ଖୋଜେ କିଏ ।(୭)
ସକାଳ ତାହାର କ୍ଷେତରେ ଆରମ୍ଭ
ସଞ୍ଜ ବୁଡ଼େ କ୍ଷେତପରେ,
ପାଣି କାଦୁଅରେ ନସର ପସର
କେବେ ସୁଏ ବେମାରରେ ।(୮)
କେବେ ଥକିଯାଇ ଗଛମୂଳେ ଶୁଏ
କେବେ ମଶା ଡ଼ାଆଁସରେ ,
ଥକା ଶରୀର ତା ଆରମ ଖୋଜାଇ
କିଛି କ୍ଷଣ ପ୍ରଶାନ୍ତିରେ |(୯)
ଅଧାଫଟା ସେଇ ଟାଣୁଆ ପାଦଟା
ଖୋଜେ ନା ଦାମି ଚ଼ପଲ,
ନୁଖୁରା ବାଳଟା ଉଡୁଥାଉ ପଛେ
ଚାହେଁନା ବାସନା ତେଲ |(୧୦)
ପିଲାଙ୍କ ଅଭାବ ହରିସେ ପାରେନା
କଲିଜାତା ଫାଟୁଥାଏ,
ଚାଷି ମନକଥା କିଏବା ବୁଝିବ
କା ଆଗେ କହିବ ହାଏ ।(୧୧)
ମାଟି ପରି ସିଏ ମାଆ ଯେ ଆମର
ତାପାଇଁ ପେଟଟା ଭରେ,
ଦୁଃଖରେ କଷ୍ଟରେ ଋଣର ଭାରରେ
ଆଜି ଆତ୍ମହତ୍ୟା କରେ ।(୧୨)

ଅର୍ଚ୍ଚନା ଆଚାର୍ଯ୍ୟ
ପୁନେ, ମହାରାଷ୍ଟ୍ର
ଫୋନ୍ ନଂ-୯୧୭୮୨୯୫୧୯୪

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *