ମୁନୁଷ୍ ହେଉ କି ପଶୁ ହେଇଥାଉ
ଗରିବ୍ କି ମାଥେବର୍
ଯେନ୍ ଠାନେ ସିଏ ମୁଡ୍ ଗେଁଜି ରହେ
ସେଟା ଆଏ ତାର୍ ଘର୍ ।
ଘର୍ ଗୁଟେ ଥିଲେ ଦମ୍ ଗୁଟେ ଥିସି
ନାଇଁ ଥାଉ ପର୍ ହାତ୍
ଛାତ୍ ଗୁଟେ ଥାଉ ମୁଡର୍ ଉପ୍ରେ
ନାଇଁ ଥାଉ ପଛେ ଭାତ୍ ।
ଚଉଦ ମହଲା ଘର ଥିଲେ ଘଲେ
ପରର୍ଟା ଆଏ ପର୍
ନିଜର୍ ଘର୍ଟା ବଖ୍ରେ ଥିଲେ ବି
ତାର୍ ଠାନୁ ଅତ୍ପର୍ ।
ଝୁମ୍ରା ରାନୀ ବି ଦୁସ୍ରା ଘର୍ଥିଁ
ଭାବୁଥିସି ଅଖ୍ଲିଆ
ଯେତେ ଯାହା କଲେ ପାଖ୍ ନାଇଁ ମାଡେ
ଲାଖେ ହେସି ମା଼ହାଲିଆ ।
ହାଏ ମାଏ ହେଇ ସାଁସ୍ ନେଇ ହେସି
କରମ୍ ଫଲ୍ ଆଦ୍ରି
ପରର୍ ପିଢାଁକେ ଆଶ୍ କରୁଥିଲେ
ମନ୍ ଯାଏସି କଦ୍ରି ।
କମ୍ ପଏସାଥିଁ ମାଏଟ୍ ଝା଼ଁଟି ଥିଁ
ବନ୍ସି ହୋ ଗୁଟେ ଘର୍
ଭାବ୍ ପୁରି ଥିଲେ ସରଗ୍ ହେସି
ଲାଗୁଥିସି ଉବାଗର୍ ।
ଚୋର୍ ହାର୍ ଠେଁଟ୍ ଜଙ୍ଗ୍ଲି ଜଁତୁ ନୁ
ନାଇଁ ଥାଏ ଟିଖେ ଡର୍
ଲୋକ୍ ବାକ୍ ସବୁ ଆଦ୍ରି ହେସନ୍
ନାଇଁ ଥାଏ ଅନାଦର୍ ।
ରାନ୍ଧ୍ବୁ ଖାଏବୁ ଶୁଇବୁ ବସବୁ
ମନ୍ ମୁଖିଥିଁ ନିଜର୍
ଫିକ୍ବୁ, ଛଁଛ୍ବୁ ନସାବୁ ସଜାବୁ
ଚଲ୍ବା ନିଜ୍ ଉକର୍ ।
ଯେତ୍କି ସୁନ୍ଦର ଠାନ୍ ହେଲେ ଘଲେ
ଅଏନ୍ ଲାଗ୍ସି ଛନେ
ନିଜର୍ ଘର୍ ଟା ତାର୍ ନୁ ସୁନ୍ଦର୍
ସରଗ୍ ଠାନୁ ବି ବନେ ।