ବନ୍ଧୁ ମିଳନର ଏ ଗୋ ଧୂଳି ଲଗ୍ନେ
ଆମେ ସଭେଁ ଉପନୀତ ।
ଆଗତ ସନ୍ଧ୍ୟା ସୂଚେଇ ଦେଉଛି
ଜୀବନ ସୂର୍ଯ୍ୟ ହୋଇଯିବ ଅସ୍ତମିତ ॥
ଏଭଳି ସମୟେ ସବୁ ବିସ୍ମରି,
ପୋଛି ଦେଇ
ସବୁ ତିକ୍ତ ଭାବନା
ଖୋଲା ମନ ନେଇ,
ଆମେ ହେବା ଏକତ୍ରିତ ॥
କିଏ ଆଗ କିଏ ପଛେ ଯିବା ସିନା
ଗନ୍ତବ୍ୟ ତ ସୁନିଶ୍ଚିତ ।
ଆଜିର ଜୀବନ କାଲିକୁ ଥିବ କି ?
ପ୍ରତିକ୍ଷଣେ ସନ୍ଧିହାନ
ପ୍ରକୃତି ନିୟମ ଚିରାଚରିତ,
ଏ ଧରାପୃଷ୍ଠେ ସିନା
ଅଲଂଘ୍ଯ ତା’ ସବୁ ଦିନ ।
କେତେ ସାଙ୍ଗ ଆମ ବାହୁଡ଼ି ଗଲେଣି,
ଆମ ସମସ୍ତଙ୍କୁ ଦିନେ
ଅବଶ୍ୟ ଯିବାକୁ ହେବ ।
ସମୟ ସୁଯୋଗ ସବୁବେଳେ ନାହିଁ
କ୍ଷଣିକରେ ଆସେ
ହାତୁ ଖସି ଯାଏ
ତାହା ହିଁ ତା’ର ସ୍ୱଭାବ ।
ବାର୍ଷିକ ମିଳନର ଏଇ ଶୁଭ ବେଳା
ସଜଫୁଟା ଫୁଲ ହୋଇ ସବୁ ଦିନେ ଆଉ ।
ମତାନ୍ତର ଟିକେ ଅବଶ୍ୟ ରହିବ
ଆପଣାପଣର ଚିହ୍ନଟିଏ ସିଏ
ଆପଣା ଭିତରେ ଆସୁଥାଉ, ଯାଉଥାଉ
ମନାନ୍ତର ଠାରୁ ଦୂରେଇ ରହିବ ।
ରହିଲା ମୋ’ ଅନୁରୋଧ
ଗୋ ଧୂଳି ଲଗ୍ନରେ ଏ ଵନ୍ଧୁ ମିଳନ
ବିଭୂ ଆଶୀର୍ବାଦ ଲଭୁ ।
ଜାନୁଆରୀ ଚଉଦ ଆସନ୍ତା କାଲିକୁ
ଉଦୟ ରବିଙ୍କ ନବ-କିରଣରେ
ଏମିତି ଝଲସୁ ଥାଉ ।
ଅନାବିଳ ସ୍ନେହ ହୃଦୟରେ ଆମ,
ସେମିତି ମହକୁ ଥାଉ ।
ସେମିତି ମହକୁ ଥାଉ ।
ଡକ୍ଟର ସଙ୍ଗୀତା ନାଏକ ପୁରୋହିତ
ମୋଦିପଡ଼ା, ସମ୍ବଲପୁର