ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଜୀବନ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଚାରୋଟି ଆଶ୍ରମ ଦେଇ ଯାତ୍ରା କରିଥାଏ। ଯଥା ବ୍ରହ୍ମଚାରୀ, ଗୃହସ୍ଥ , ବାନପ୍ରସ୍ଥ ଓ ସନ୍ନ୍ୟାସୀ। ଏ ଚାରି ପ୍ରକାର ଜୀବନ ଯାତ୍ରା ମଧ୍ୟରୁ ଗୃହସ୍ଥ ଧର୍ମ ସବୁଠୁ କଷ୍ଟ ଓ ଯନ୍ତ୍ରଣା ଦାୟକ ହେଲେ ବି ତାହା ସବୁଠୁ ମହାନ ଓ ସର୍ବ ଶ୍ରେଷ୍ଠ ଧର୍ମ। ଆଶ୍ରମ ହେଉଛି ଜୀବନରେ ଆଧ୍ୟାତ୍ମିକ ଯାତ୍ରା ର ନିବାସ। ଗୃହସ୍ଥ ଆଶ୍ରମ ଏକ ପାରିବାରିକ ଆଶ୍ରମ। ଯେଉ ଠାରେ ପତି ପତ୍ନୀ ର ବୈବାହିକ ସମ୍ପର୍କ କୁ ଉପଭୋଗ କରିବା ସହିତ ମନ ଓ ଆତ୍ମା ର ମିଳନ ରେ ଜୀବନ କୁ ସରସ ସୁନ୍ଦର୍ କରି ମଧ୍ୟ ଭାଗବତ ଆଧ୍ୟାତ୍ମିକ ଚିନ୍ତନ ଚେତନା ରେ ଆନନ୍ଦ ପାଇଥାନ୍ତି।
ଆଧ୍ୟାତ୍ମିକ ଓ ସଂସ୍କାର ନିଜର ସନ୍ତାନ ମାନଙ୍କ ଠାରେ ପ୍ରତିଷ୍ଠିତ କରିବା ଉଚିତ୍ । ସୁଖି ଏବଂ ଆନନ୍ଦ ଜୀବନ ଯାତ୍ରା କରିବା ନିମିତ୍ତ ପ୍ରତ୍ୟେହ ସାଧନା, ଆରାଧନା ଓ ଉପାସନା କରିଥାନ୍ତି। ଗୃହସ୍ଥ ଆଶ୍ରମ ରେ ରହି ନିଜର ଚିନ୍ତା ଚେତନା କୁ ସକାରାତ୍ମକ ଭାବ ସହ ଆତ୍ମ ସଞ୍ଜମ କରିବା କେତେ ଯେ କଷ୍ଟ ତାହା ଅନନ୍ୟ ଓ ଅସାଧାରଣ ପରି ଲକ୍ଷିତ ହୁଏ। ସେଇ ଯନ୍ତ୍ରଣା ଅବ୍ୟକ୍ତ ହେଲେ ମଧ୍ୟ ଧ୍ୟାନ ଯୋଗ ସାଧନା କରୁଥିବା ବ୍ୟକ୍ତିତ୍ଵ ଏ ହାର ପରିମାପ ଅତି ଉତ୍ତମ ଭାବରେ ଉପସ୍ଥାପନା କରିପାରିଥାନ୍ତି। ଏହା ସରଳ ଏବଂ ସହଜ ହେଇ ପାରେ ଯଦି ନିଜର ମନର ଇଚ୍ଛାକୁ, ପ୍ରାଣ ର ତୃଷ୍ଣା କୁ ଯଥା ପଥରେ ପ୍ରୟୋଗ କରି ତାକୁ ତ୍ୟାଗ କରି ଦିଆଯାଏ। ଠିକ୍ ଯେପରି ନଦୀ ର ସ୍ରୋତ କୁ ଶସ୍ୟ କ୍ଷେତ୍ର ରେ ମଡା ଦିଆଯାଏ, ତାହା ହେଲେ ସେ ଶସ୍ୟ କ୍ଷେତ୍ର ଟି ଫଳ ଫୁଲ ରେ ସୂ ସଜ୍ଜିତ ହେଇ ଛବିଳ ମଞ୍ଜୁଳା ଦେଖାଯିବ।
ହିଂସା, ଅହଙ୍କାର, ଲୋଭ,ମୋହ କାମନା ମନର ଦୁଶ୍ଚିତା କୁ କାଢି ନିଜ ଗୃହସ୍ଥ ଜୀବନ ରେ ଏକ ଆଦର୍ଶ , ନିଷ୍କପଟ ସରଳ ଭାବମୂର୍ତ୍ତି ସହ ନିରପେକ୍ଷ ଭାବ ସ୍ରୋତ ଦେଇ ସେଇ ଉତ୍ଥାନ ପତନ ସମାଜ ସାଗର କୁ ଶାନ୍ତ କରିବାକୁ ପ୍ରେରଣା ଦେବା ଉଚିତ୍। ସମାଜ ର ଏକ ଦିଗ ଦର୍ଶକ ସହ ପଥ ପ୍ରଦର୍ଶକ ଭାବରେ ବିହିତ ମାର୍ଗ କୁ ପ୍ରଦର୍ଶନ କରିବା ବିଧେୟ।
ଗୃହସ୍ଥ ଆଶ୍ରମ ଜୀବନ ସମୂର୍ଣ୍ଣ ଆଧ୍ୟାତ୍ମିକ ଚେତନା ଜାଗରଣ ଯାତ୍ରା
ଯେଉ ଯାତ୍ରା ସମାଜରେ କଠିନ ହେଲେ ମଧ୍ୟ ଜଳ ଭଳିଆ ନିର୍ମଳ ଏବଂ ଶୁଦ୍ଧ ଆଚରଣ କଲେ ମନ ଗୃହସ୍ଥ ଆଶ୍ରମ ଜୀବନ ଏକ ଶ୍ରଦ୍ଧା ,ନିଷ୍ଠା ଓ ଆନ୍ତରିକ ସମର୍ପଣ ରେ ଗଠିତ ଆଧ୍ୟାତ୍ମିକ ଜୀବନ ଯାତ୍ରା ଅଟେ। ଯେ ଉ ଯାତ୍ରା ରେ ଅସୁର ରୂପକ ଲୋଭ ମୋହ ଓ ତୃଷ୍ଣା ର ମରୀଚିକା ଦେଖାଇ ଜୀବନ ଯାତ୍ରା କୁ ଅସଫଳ କରିବାରେ ବ୍ୟସ୍ତ। ସେଥିପାଇଁ ମନ ର ସାଧନା ନିରନ୍ତର ଆବଶ୍ୟକ। ମନକୁ ସାଧନ କରିବାକୁ ହେଲେ ନିଜକୁ ଶଙ୍କେନ୍ଦ୍ରଣ ଓ ଅଭିନିବେଶ ଭାବ ରଖି ଯୋଗ ଧ୍ୟାନ କରିବା ଉଚିତ। କାହିଁକି ନା ମନ ହେଉଛି ଦୁଶ୍ଚିନ୍ତା ର ମୂଳ କାରଣ। ମନ ଓ ପ୍ରାଣ ର ଲକ୍ଷ୍ୟ ହେଉଛି ଭାଗବତ ପ୍ରାପ୍ତ କରିବା। ମନ କୁ ଠିକ୍ ଭାବରେ ଉପଯୋଗ ନ କଲେ ଗୃହସ୍ଥ ଜୀବନ କଷ୍ଟ ହେଇଥାଏ। ନିଜ କୁ ବୁଝିବାକୁ ପଡ଼ିବ। ନିଜକୁ ଜାଣିବାକୁ ହେବ ଯେ ଏ ଧରା କୁ ଆସିବାର ନିଜର ଲକ୍ଷ୍ୟ କଣ। ସେଇ ରହସ୍ୟକୁ ଉନ୍ମୋଚନ କରି ନିଜର ମନ କୁ ସଞ୍ଜମ କରିବାକୁ ନିରନ୍ତର ଉଦ୍ୟମ ରହିବା ଉଚିତ୍। ନିଜର ଅନ୍ତର ଚେତନା ଆଲୋକ କୁ ଉଜଳିତ କରି ମନ ର ଭାବ କୁ ସକାରାତ୍ମକ ଭାବ ଦେଇ କଷ୍ଟ କୁ ଆନନ୍ଦ ରେ ପରିଣତ କରିବାର ବିଧି କୁ ଆପଣାଇବା ବିଧେୟ । ଏ ବିଷୟ ରେ ଲେଖି ବସିଲେ କାଳ ମଧ୍ୟ କମ ହୋଇଯିବ ହେଲେ ଗୃହସ୍ଥ ଆଶ୍ରମ ଜୀବନ ର ମର୍ମ ତତ୍ତ୍ଵ ଓ ଆନନ୍ଦ ତତ୍ତ୍ଵ କେବେ ସରିବ ନାହିଁ। କାହିଁକି ନା ଜୀବନ କାହାଣୀ ସେତେ ଛୋଟ ନୁହେଁ। ଏହା ଭୂମି ଠାରୁ ଭୂମା ଯାହା ଅସୀମା ବିସ୍ତାର ଅଟେ। ଜନ୍ମ ଓ ମୃତ୍ୟୁ ର ଖେଳ ଏଇ ସଂସାର ରେ ଅଦ୍ଭୁତ ଜନିତ ବୋଲି କୁହାଯାଇପାରେ ।