ଗାରେ ଜୀବନ୍

ଲହଁସି କରି
ଗୁଟେ ଉଜଲ୍ ପଖ୍‌କେ ନୁର୍‌ବାର୍‌ଟା
ବିତ୍‌ଲା ଅନ୍ଧାର୍ ବେଲାର୍ ସୁର୍‌ତାଥି
ଆଁଖଲ୍ ଧାରେ ଜୀବନ୍‌କେ
ଗୁଟେ କାଗଜ୍‌ଥି ଗାର୍‌ବାର୍‌ଟା
ସହଜ୍ ଆଏ ଭାଏଲ୍ ?
ସମିଆଁ ବିତ୍‌ଲା ଉତରୁ
କଥାନି ବାଗିର୍ ଲାଗୁଥିବା
ହେ ଜୀବନ୍‌କେ ଫେର୍ ସାଉଁଟି କରି
ସେଥି ଆର୍ ଚାଏର୍‌ପଦ୍ ଯୁଡବାର୍‌କେ
ଯେନ୍ ବଫୁ‌ଟେ ଦରକାର୍ ହେସି
ତାକେ ସଂଖ୍‌ଲି କରି ଆଏତ୍ କର୍‌ବାର୍‌ଟା
ସହଜ୍ ଆଏ ଭାଏଲ୍ ?
ଏନ୍‌ତେହି ଗାରେ ଜୀବନ୍‌କେ
ଚିତ୍‌ରଉ ଥିଲା ସେ ମୁନୁଷ୍
କାଏଁ ଜାନେ, ଗାରେ ଗାରେ କରି
କେତେବେଲେ ଭୋକର୍ ଭୁଗୋଲ୍
ଦରଦ୍‌ର ଗୁଟେ ଇତିହାସ
ଅଭାବର୍ ଗୁଟେ ପାଣ୍ଡୁଲିପିକେ
କେତେ ସହଜ୍‌ଥି ଲେଖି ସାରିଛେ
ଯେନ୍‌ଟା ସହଜ ନୁହେ ବଲି ଭାବୁଥିଲା
ଆଏଜ୍‌ ହେ ଜୀବନର୍ ବହିକେ
କିଏ ଜନେ ଲୋକାର୍ପିତ କରିଦେଇଛେ ।।

ତଫିଜୁଲ

Leave a Reply

Your email address will not be published. Required fields are marked *