ଭିଜା ଭିଜା ସେଇ ଗାଁ ମାଟି ର ମହକ ମନେ ପଡ଼େ,
ଗଢ଼ୁଆ ତୁଠ ମହୁଲ ବଣ ଆମ୍ବ ତୋଟା ମନ ଝୁରେ।
ସବୁଜ ଖେତ ର ଧାନ କିଆରୀ ମହକି ଯାଉଛି ମନେ,
ସ୍ମୃତି ରେ ସ୍ମୃତି ରେ ସବୁଜ ଲତା ଲହରୀ ଖେଲେ ପବନେ।
ଶୀତୁଆ ସକାଳ କଁଅଁଲିଆ ଖରା ଚୁଲି ମୁଣ୍ଡ ର ନିଆଁ,
ଶ୍ରାବଣ ମାସ ର ଝଡ଼ି ବରଷା ରେ କାଗଜ ତିଆରି ନାଆ।
ଖରା ଛୁଟି ବେଳ ସାଙ୍ଗ ସାଥୀ ମେଳ କେତେ ମଜା ଖଟି ଗପ,
ମନେ ପଡ଼େ ସେଇ ଆଷାଢ଼ ମାସ ର ବେଙ୍ଗୁଳି ରାଣୀ ର ଡାକ।
ଜେଜେମା ହାତ ର ସରୁ ଚକୁଳି ରାଜା ପୁଅ ର କାହାଣୀ,
ମନେ ପଡ଼େ ଆଜି ମୋ ଗାଁ ଘର ମୋ ସୁନା ଭାଇ ଭଉଣୀ।
ବାପା ଆଖି ରୁ ଲୁଚେଇ ସେଇ କଣ୍ଢେଇ ଖେଳ ମୋର,
ମିଛି ମିଛିକା ଭାତ ତିଅଣ କେତେ ଧୂଳି ବାଲି ଘର।
ଅଧା ରାତି ଯାଏ ଭଉଣୀ ସାଥିରେ ଦୁନିଆଁ ଯାକର କଥା,
ମଗୁଶୁର ମାସ ମlଣବସାରେ ମା ହାତ ଝୋଟି ଚିତା।
ସ୍ମୃତି ହେଇ ଆଜି ନାଚି ଯାଏ ସବୁ ଆଖିରେ ଆଖିରେ ମୋର,
ଭାଗ୍ୟ ଥିଲେ ଆଉ ଜନମେ ଆସିବି ଗାଁ ମାଟି କୋଳେ ତୋର।
ପ୍ରଣତି ସାହୁ
ପ୍ରଫେସର କଲୋନୀ
ରାୟପୁର