ଫଲସା ପତରର ଦନା ଥି ଛତି ଦନେ ପିଡାନେ ରଖି ଜହ୍ନ ବଏଲା ମାଁ, ଜଙ୍ଗଲ ତ ସଫା ହେଇଗଲାନ ଆଉ ଛତି ଜହ ନି ମିଲବାର ଜଙ୍ଗଲ ସାରା ବୁଲି ବୁଲି ଏତିକି ବେଟି ଆନିଛେ ଖାଲି ତୋର ଲାଗି।ଦନାର ଛତି କେ ଦେଖି ଵଏଲି ଇ ଦନାକ କେତେ ନେବୁ ?ସେ ବଏଲା କୁଡେ ଟଙ୍କା।କୁଡେ ଟଙ୍କା !ତୁଇ କେତନି ଠକଲୁନ ର ଆଗ ତ ଏତିକି କେ ଦଶ ଟଙ୍କା ଥି ଦେଉଥିଲୁ ଇଥର ଏତିକି ରେଟ କେନତା? ମୁଇଁ ପନ୍ଦର ଟଙ୍କା ତାର ହାତେ ଦେଇ କହେଲି ଏତିକି ନେ ଆଉ ବାକିଟା ତୋର ଵିହା ଘର ଵେଲେ ଦେମି ଯେ ତୋର ଶାଶ ଘରକେ ନେବୁ।ଗେଛେ କୁରେ ଫୁଲ ମିତାର ହସି ହସି ଜହ୍ନ ବଏଲା ଆମେ ଶାଶ ଘରକେ ଯଉତୁକ କିଛି ନି ନେଉ । ଆମେତ ତା’ର ଘରେ ଜୀବନସାରା ଖଟମୁ ଯେ କେତେ ହେଲାନ। ଜହ୍ନ ବଏଲା ଆଏଜଟା କାମ କରି ଦେଉଛେ ମାଁ କାଏଲ ଠାନୁ ମୁଇଁ ନି ଆସେ। ମୁଇଁ ଦୀର୍ଘ ନିଶ୍ଵାସ ପକେଇ କହେଲି କେ ହେଲା ଯେ ? ତତେ କିଏ କାଣା ବଏଲା କେ ? ନାଇଁ ମାଁ ମତେ କେ ହେଲା ଯେ କିଏ କାଣା କହେବା।କାଏଲ ଆମର ଘରକେ ଵଡ ଠିକାଦାର ଯଦୁ ଆସିଥେଲା। ଦିନକେ ପଚାଶ ଲେଖାଏଁ ଦେମି ଵଲିଛେ ମାସକେ ପନ୍ଦର ଶହ ଟଙ୍କା ରୋଡ ରାସ୍ତା କାମ, ଜହ୍ନ ମୋର ଘରର ଠିକା କାମବାଲୀ।ପାଚଲା ଆମ ମିତାର ଗୁରା ତକ ତକ ଚେହେରା ସେଥିଲାଗି ତାହାକେ ଜହ୍ନ ବୋଲି ଡାକସି । ଆଣ୍ଠୁ ନୁ ତଲ ତକ ଛାତି କେ ଭିରି କରି ଶାଢ଼ୀ ପିନ୍ଧସି। ସକାଳେ ଘଣ୍ଟେ ଆଉ ଵେଲଵୁଡାକେ ଘଣ୍ଟେ ଠିକ୍ ସମିଆ ଥି କାମ କରି ଆଏସି।ଆମର ପରା ଥି ଚାଏର ପାଞ୍ଚଟା ଘରକେ ଆବରିଛେ ତା’ର କାମ କବାର କେତନି ତତ୍ପର।ଉଦଉଦିଆ ଦୁଇପହର ହେଉ କି ଧରା ଶରାବନ ହେଉ,ହାଡ ଥରା ଶୀତ ହେଉ କି ବସନ୍ତ ର ଫୁଲଫୁଟା ଋତୁ ହେଉ ସବୁଦିନ ସମକିରିର ଘରେ କାମ କରିଯାଏସି।ଦରଦ ଫୁଟିଥିବା ମଲ୍ଲୀ ଫୁଲ ମିତାର ଜହ୍ନ ର ମୁହଁ ସବୁବେଳେ ହସହସ।ଅକାଳେ ସକାଳେ ଯଦି ସେ ନି ଆଏଲା କାମ କରି ଚଡ଼କ ପଡିଯାଏସି ପରାଥି।ସମକିରିର ଘରେ ଗଦା ହେଇଥିସି ପର୍ବତ ମିତାର କଂସା ବାସନ, ଜହ୍ନ ଦମଦମ ହେଇ ଗୋଡହାତ କଚରେଇ ଖୁରିଗିନା ମାଜସି।ଆଉ ସେଦିନଟା ସମକୁ ଦୁଇ ପଦ ସୁନା ବାରଟା ବି ନି ଛାଡ଼େ ତଥାପି ବି ପରା ଥି ସମକିରିର ସଉକିଏନ ଆଏ।ତିହାର ଵାହାର ଥି ସମକରରନୁ ଖଡେ ଲେଖା ଶାଢ଼ୀ ନେସି। ଘରେ ଵୁଢା ବା ମାଁ ଜଙ୍ଗଲୁ ଛତି,କେନ୍ଦୁ, ମହୁଲ,ପତର, କାଠି ଠୁଲେଇ କରି ହାଟେ ଵିକିସନ ଆଉ ଅଏନ ମଜାର ଚଳିଯାଏସନ। ବୁଢ଼ାର ମଦପାଏନ ଭେର ଭି ବାହାରିଯାଏସି। ଜହ୍ନ ଠିକ୍ କରିଛେ ତା’ର ପରାର ଚାର ପାଞ୍ଚଟା ଧଙ୍ଗରା ଧାଙ୍ଗରି ମିଶି କରି ଯଦୁ ଠିକାଦାର ସାଙ୍ଗେ ଯିବେ।ରୋଡ କାମ କରି।ଜହ୍ନ ଆଉ ନି ଆସଲା କାମ କରି, ଦିନେ ଦେଖିଲି ଜହ୍ନ କେ ସ୍କୁଲ ଯିବାର ରାସ୍ତା ନେ ମୁଇଁ ସ୍କୁଟି ଥି ଯାଉଥେ ସେ ବାଏଲ ଭରି ହେଇଥିବାର ଟ୍ରାକ୍ଟର ପଛାଡର ଟ୍ରଲି ନେ କେତେଟା ଧଙ୍ଗରା ଧାଙ୍ଗରି ସାଙ୍ଗେ ବସି ଯାଉଥେ, ଚଳୁଥିବା ର ଟ୍ରାକ୍ଟର ନୁ ରଡ଼ି କରି ମୋତେ ଡାକଲା ମାଁ ମାଁ ମୁଇଁ ଉଲଟି ଦେଖଲି ହଠାତ୍ ଚିହ୍ନି ନି ପାରଲି ସେ ଶାଢ଼ୀ ପିନ୍ଧି ନି ଥେଇ ଡ୍ରେସ୍ ପିନ୍ଧିଥିଲା ତା’ର କାନ ମୂଳେ ବାଳ କେରାକ ନି ଝୁଲୁଥିଲା ପଛାଡେ ବେକପିନ ଦେଇ ଖୁଲା ଛାଡିଥିଲା। ମୋର ସାମନାନୁ ଧଡଧଡ ହେଇ ଟ୍ରାକ୍ଟର ଆଗାଡୁ ପଲାଲା, ମନେ ମନେ ଭାବିଲି ସଭ୍ୟତାର ରଥ ଚକରେ ଜହ୍ନ ସାମିଲ ହେଇସାରିଛେ।ଇତାକୁ ଆଉ ମୋ’ର ପୋ କେ କହେଲି ଏଥର ନିଜର କାମ ନିଜେ କର ଆଉ ଜହ୍ନ କାମ କରି ନି ଆସେ।ଭାଷଣ ଦେଲା ମିତାର ମୋର ପୋ ବଏଲା ଛୋଟ ଛୁଆ ମାନକୁ କାମ କରଵାର ଲାଗି ମନା କରିଛନ ସରକାର ପରେ ମାଁ ଦେଶୁ ଶିଶୁ ଶ୍ରମିକ ଉଠାଵାର ଲାଗି। ମୁଇଁ ହଁ କହେଲି।ଆମେ ବି ବିନା କାମବାଲୀରେ ଅଭ୍ୟସ୍ତ ହେଇଗଲୁ। ଦିନେ ଜହ୍ନର ମାଁ ତା’ର ନାକ ଫୁଲି ହଳକ ମୋର ପାଖକେ ଆନଲା ଆଉ ବଏଲା ମାଁ ଇଟା ରଖି ମୋତେ ପାନଶ ଟଙ୍କା ଦେ।ଇ ଦୁଇଟା ନାକ ଫୁଲି ହିଁ ଜହ୍ନ ର ସମ୍ବଳ ଆଏ। ଯେତେବେଳେ ଯେନ୍ତା ଅରକଳେ ପଡଲେ ଇ ସାରକ ଧରି କରି ମୋର ନିକେ ପେସା ଲାଗି ଆଏସି।ପଏସା ହେଲେ ଫେର ନେଇ ଯାଏସି।ଇଥରକ କିନ୍ତୁ ପାନଶ ଟଙ୍କା ମାଗଵାର ଦେଖି ପଚରାଲି ତୋର ଝି ଜହ୍ନ ତ କମେଇ ଗଲାନ ଆଉ କେ କରବୁ ପଏସା। ଜହ୍ନ ର ମାଁ ଵଏଲା କେ କମାନି ଯେତିକି ଆନୁଛେତ ନି ପୁରବାର ଵୁଢାର ମଦପାଏନ ଖରଚ ଫେର ଅଛେ।ଜଙ୍ଗଳ ନୁ ବି କିଛି ଆଉ ନି ମିଳବାର ଜହ୍ନ ଯାହା ଆନୁଛେ ହେତିକି ଥି ଚଳବାରଟା କଡ଼ା ହେଉଛେ। ମୁଇଁ ବଏଲି ଚଳୁଛ ତ ଟଙ୍କା ଫେର କାଣା କରବୁ? ସେ ଜହ୍ନର ଲାଗି ଲୋ ମାଁ ଆମର କଥା କାଣା ଶୁନୁଛେ କେ ଲୋ ହେ ଟୁକେଲ ସେ ପରେ ଯିବା ରାଜଧାନୀ ଭୁବନେଶ୍ବର।ଯହ କମାବା ସେ ଠିକାଦାର ମତେଇଛେ ଆମର ପରାର ସବୁ ଧଙ୍ଗରା ଧାଙ୍ଗରି ମାନଂକୁ।ପାନଶ ଟଙ୍କା ତାର ହାତେ ଦେଇ କହେଲି ଯଉ ଦେଶ ଦୁନିଆ ଵୁଲି ଦେଖି ଆଏଵା ଦୁଇ ପଏସା କମାବା ବି ସେ ବଏଲା ଆମେ ଗାଁ ର ଜଙ୍ଗଲିଆ ଲୋକ ଗାଁ ଭୂଇଁ ଥି ଭୁତି କରି କମାଵାର ସୁଖନୁ ଯେନ ଚଳଵାର ମଜା ଅଛେ ବିଦେଶ ଗଲେ ଆମର କେ ସାହା ଭରଷା ହେବା।ସେ ନି ମାନବାର ଯାଉ। ମନେ ମନେ ଭାବିଲି ଡିଜିଟାଲ ଯୁଗ। ମୁଇଁ ଵି ତ ସମିଆ ଥିଲା ଯେ ଶହ ଶହ କିଲୋମିଟର ଦୁରେ ପୁନା ବାଙ୍ଗାଲୋର ଚାକିରି କରୁଥେଲି ଇ ପେଟର ଲାଗି। ଜହ୍ନ ଯଦି ଯାଉଛେ ନିଜର ପେଟ ପାଟନା ପୁଷବାର ଲାଗି କ୍ଷତି କାଣା ଅଛେ। ଜହ୍ନ ଗଲା ରାଜଧାନୀ ଭୁବନେଶ୍ବର ଇ ଭିତରେ କେତେ ଦିନ ହେଲାନ ହଠାତ ଦିନେ ଜହ୍ନର ମାଁ ଆସି କରି ମୋର କବାଟ ଖଟଖଟାଲା କବାଟ ଖୁଲି ଦେଖଲି ହସି କରି ପାନଶ ଟଙ୍କା ସାଙ୍ଗେ ଶହେ ଟଙ୍କା ମୋତେ ଦେଇ କହେଲା ଜହ୍ନ ପଠେଇଛେ ମାଁ ରଖ ଇଟା। ମୁଇଁ ପାନଶ ଟଙ୍କା ରଖଲି ଆଉ ଶହେ ଟଙ୍କା ତା’ର ହାତେ ଦେଇ କଡ଼ା କରି କହେଲି ମୁଇଁ ତୋର ନାକ ଫୁଲି ଗହନା ନି ରଖିଥେଇ ଯେ ମୋତେ ସୁଧ ଦେଉଛୁ ନେ ନେ ତୋର ପଏସା। ତା’ର ନାକ ଫୁଲି ସାରକ ତା’ର ହାତେ ଦେଇ ଦେଲି।ସେ ନେ ଶୁନିକରି ଏକ ମୁହାଁ ହେଇ ପଲାଲା। ଜହ୍ନ ଭୁବନେଶ୍ୱର ନେ ଭଲେ ଅଛେ ଦୁଇ ପଏସା କମଉଛେ ସୁନି କରି ଉଷତ ଲାଗଲା, କିଛି ଦିନ ଉତାରେ ଭୁବନେଶ୍ୱର ଯାଇଥେଲି ଆଚାର୍ଯ୍ୟ ବିହାର ଵସ ଷ୍ଟପେଜ ନେ ଵସ ରହେଲା।ଜନେ ଟୁକେଲ ଚଢଲା ମୁହେଁ ଵହଳେ ପାଉଡର ସାଙ୍ଗେ ଲାଲ ଜରଜର ଲିପଷ୍ଟିକ ଡିଜାଇନ୍ ଡ୍ରେସ୍ ପିଠି ଅଧା ଦିଶୁଥେ।ବାଳ ପଛାଡେ ଛାଡିଥେ ମୁଇଁ ବନେ କରି ଘାଏ ଦେଖଲି ଇଏ ଜହ୍ନ ନିହେସେ ତ। ବସ୍ ଭିଡଥେ। ମୁଇଁ ଇଆଡ ସିଆଡ ହେଇ ତା’ର ପାଖକେ ଗଲି ପଚରାଵାର ଲାଗି। ଜହ୍ନ ଆଉ କେ? ନିଶାସକ୍ତ ଟୁଣେ କହେଲା ହଁ। ମୁଇଁ ଉତ୍କଣ୍ଠିତ ହେଇ ବଏଲି ଜହ୍ନ ତତେ ଚିହ୍ନି ନି ହେବାର ଲୋ, ବାବୁ ଭୁବନେଶ୍ଵର ନେ ପଢବା ହେଥିରଲାଗି ଆସିଛେ। ମାଁ ମୁଇଁ ଗାଁ କେ ଯିବାର ଲାଗି ଵାହାରିଛେ ଇନେ ନି ରହେ ମୁଇଁ ଆଶ୍ଚର୍ଯ୍ୟ ହେଇ କହେଲି ତୁଇ ତ ତୋର ମାଁ ବୁଆ କେ ସୁନେଇ କରି ଆସିଛୁ ଗାଁ କେ ଆଉ ନି ଫିରେ ବୋଲି କେନତା ହେଲା ଯେ ଯିମି ବଲୁଚୁ। ଜହ୍ନ ବଏଲା ସେଟା ମୋର ଵଢେଟେ ଭୁଲ୍ ଥିଲା ମାଁ ।ମୁଇଁ ପଚରାଲି କେ ହେଲା ଯେ ? ଇନକେ ତ ହଜାର ହଜାର ଲୋକ ପେଟ ପୁଷବାର ଲାଗି ଗାଁ ନୁ ରାଜଧାନୀ ମୁହାଁ ହେଉଛନ ତୁଇ କେନ୍ତା ଫିରିଜିମି ବଲୁଛୁ। ଜହ୍ନ କହେଲା ବଞ୍ଚିବାର ଟା କାଣା ଇଟା ଆଏ କେ ମାଁ ? ଆମେ ଗାଁର ଜଙ୍ଗଲି ଲୋକ ଆମର ମନ ପାହାଡି ଝରନା ମିତାର ଶାନ୍ତ,ସରଳ,ନିର୍ମଳ, ସ୍ବଚ୍ଛ ଆମେ କାହାରି ର ଫନ୍ଦି ଫିକର ଥି ନି ରହୁ ଆମର ସାଙ୍ଗେ ଯେ ଖେଳଲା ତାହାକେ ନି ଛାଡୁ ବି। ମୁଇଁ ଆଉ ଟିକେ ତା’ର ମନର କୋହ କେ ଜାନଵାର ଲାଗି ପଚରାଲି କିଏ ତୋର ସାଙ୍ଗେ ଖେଳଲା ଯେ ? ଜହ୍ନର ମୁହଁରୁ ବାହାରଲା ସହରିଆ ଠିକାଦାର ସଭେ ମୁନୁଷଖିଆ ବାଘ ଆନ,ଆମେ ଜଙ୍ଗଳିଆ ମୁନୁଷ କାହାର ସାଙ୍ଗରେ ମନ ଦିଆନିଆ ହେଲେ ତ ଆମେ ତା’ର ସାଙ୍ଗେ ଘର ବସାସୁ ଦୁଇଟା ତିନିଟା ମୁନୁଷ ସାଙ୍ଗେ ଆମେ ନି ଖେଳୁ।ଦିହି କେ ନେଇ କରି ଆମେ ନି ଖେଳୁ।ଆମର ଆଖି ଥି ଯେ ଇନତା କାମ କଲା ତାହାକେ ପାପ ବୋଲି କହେସୁ । ତୁଇ କାଣା କହୁଚୁ ଜହ୍ନ ତୋର ସାଙ୍ଗେ କିଏ ଏନ୍ତା କଲା ? ଜହ୍ନର ଆଖିଥି ଜୁଏ ଜଳୁଥେଲା। ଜହ୍ନ ଯେନ ଠିକାଦାର ସାଙ୍ଗେ ଆସିଥେଲା ସେ ଜହ୍ନ କେ ବିହା ହେମି ବୋଲି କଥା ଦେଇଥିଲା ଆଉ ଶାରୀରିକ ସମ୍ପର୍କ ରଖୁଥିଲା।ଜହ୍ନ ପରେ ଜାନବାରକେ ପାଏଲା ଯେ ଲୋକଟା ବିହା ହେଇଛେ, ତା’ର ପିଲାଛୁଆ ଅଛନ। ଖାଲି ସେତିକି ନିହେସେ ଠିକାଦାର ଅଲଗା ଲୁକରନୁ ପଏସା ଉଧାର ଆନି କରି ସୁଝି ନି ପାରୁଥେଇ ବୋଲି ସେମାନଙ୍କର ସାଙ୍ଗରେ ଵି ଜହ୍ନ କେ ସମ୍ପର୍କ ରଖବାର କେ ବାଧ୍ୟ କରୁଥିଲା। ଜହ୍ନ ମନା କଲେ ମାଡ଼ ଗାଲି ଦେଇ ତାହାକେ ଡରଉଥିଲା। ଥରେ ଗୋଟେ ରୋଡ କାମର ବିଲ ପାସ୍ କରଵାର ଲାଗି ଗୁଟେ ବୁଢ଼ା ଇଞ୍ଜିନିୟର ନିକେ ଜହ୍ନ କେ ପଠେଇଥିଲା, ବୁଢ଼ା ଜହ୍ନ ର ହାତ କେ ଧରଲା କି ଜହ୍ନ ନି ଡରି କରି ଇଞ୍ଜିନିୟର କେ କାଚର ଫୁଲ ଦାନୀ ଥି ପିଟି କରି ସିଧା ଦଉଡ଼ି ଥିଲା ଥାନା କେ, ଯଦୁ ଠିକାଦାରର କାରନାମା ଥାନା ବାବୁ ଜହ୍ନର ଠାରୁ ସୁନି କରି ଠିକାଦାର କେ ଏରେଷ୍ଟ କରିଥିଲା।ଵୁଢା କେ ବି। ସେତିକି ଦିନୁଁ ରାଜଧାନୀର ସଉକ ମେଟିଗଲା ଜହ୍ନର।ସେ ଆଏଜ ଗାଁ କେ ଯିବା କେ ବାହାରିଛେ। ପ୍ରକୃତିର ଶାନ୍ତ ସରଳ, ସୁନ୍ଦର କୋଳକୁ ଯେନେ ଅସତ ଅନ୍ୟାୟ ନିନ।କପଟତା ନିନ। ବଞ୍ଚିବାର ଲାଗି ପ୍ରତିଯୋଗିତା ନିନ,ମୁନୁଷର ନିରୀହ ନିଷ୍କପଟ ଜଙ୍ଗଲୀ ଜୀବନ ଧାରା ସାଙ୍ଗେ ସେ ଫେର ଥରେ ସାମିଲ ହେବା।କୁରେ ଫୁଲ ଥି ତା’ର ମୁଡର ଖୁସା କେ ସଜାବା ମହୁଲିଆ ନିଶା ଥି ନାଚବା ବଉଲିଆ ଧୁକା ଥି ଗୀତ ଗାଏଵା। ଜଙ୍ଗଲ ର ଶାନ୍ତ ସରଳପନର ମୁନୁଷ ସାଙ୍ଗେ ବନ୍ଧୁତା କରଵା। ରାଜଧାନୀର ଇ ଚାକଚକ୍ୟ ନୁ ଵହୁତ ଦୂର କେ ପଲେଇ ଯିବା।ଗୁଟେ ନୂଆ ଜୀବନ ଜିଇଁ ବା। ଜହ୍ନ ର ଭୁବନେଶ୍ଵର ଅନୁଭୂତି ଗୁଟେ ନିଶାସ ଥି ଗାଇଗଲା। ମୁଇଁ ଅନୁମାନ କରୁଥିଲି ରାଜଧାନୀର କୃତ୍ରିମ ମୁନୁଷ ପ୍ରତି ତା’ର ଦିହିର ଥିବା ସବୁ ଲୋମ କୂପରେ ଭର୍ତ୍ତି ହେଇଥିବା ଘୃଣା ଆଉ ତାତ୍ସଲ୍ୟର ଭାବନା। ଜହ୍ନ ଭାଙ୍ଗି ନି ପଡିଥେଇ ବରଂ ଗଭୀର ଆତ୍ମବିଶ୍ବାସ ନେଇ ଗାଁ କେ ଫିରୁଛେ, ମୁହେଁ ତା’ର ମଲ୍ଲୀ ଫୁଲର ହସ ହସୁଛେ। ହୃଦୟ ଭିତରୁ ସଲାମ କରୁଥିଲି ତା’ର ମନର ଉଦ୍ଦାମ ଉତ୍ସାହ ମନୋଭାବକୁ କେତେବେଳେ ଯେ ଆଚାର୍ଯ୍ୟ ବିହାର ନୁ ଉତ୍କଳ ବିଶ୍ୱବିଦ୍ୟାଳୟ ତକ ପହଞ୍ଚି ଆଏଲି ଜହ୍ନର କଥା ହେବାର ସାଙ୍ଗେ ଜାନି ନି ପାରଲି।