ସେନେହ, ଶରଧା, ଆଦର୍ ଭାବ୍ ଥି
ସର୍ ସର୍ ଯେନ୍ ଗାଁ,
କୁଟୁମ୍ ସକଲା, ବନ୍ଧୁ ପ୍ରେମ୍ ଥି
ନାଇଁ ନ ଦୁସରା ନାଁ,
ରାଜ୍ ନୀତି ମୁହଁ ଆଁ,
ରକତ୍ ରକତ୍ କେ ଅଲଘେଇ ଦଉଛେ
ଗାଁ ଇଛେନ୍ ଖାଁ ଖାଁ;
ହଏ ଗୋ ବବା କେଭେ ଆଏଲୁ
ପଚରଉଥିଲା ଝନେ,
ଇହାଛିନି ସେ ଦେଖଲେ ଲୁକୁଛେ
ବନ୍ଦ କବାଟ୍ ଘର କୁଣେ,
ରାଗ ରୁଷା ଅଭିମାନେ,
ମନ୍ ସାଙ୍ଗେ ମନ୍ ମିଶା ମିଶି ନାଇଁ
ଇ ଘଡି ଇ ଦିନେ;
ଚଏତୁ – ଖଏନୁ ଦେଖା ଚାହାଁ ହେଲେ
ବେଲ୍ ଉଦୁଥିଲା ସଥେଁ,
କିଏ କାହା କେ ଛଡା ଛଡି ନାଇଁ,
ସବୁ ପରବ୍ ଭୁଜି ଭାତେ,
ଭୋଟ୍ ଦିଆନିଆ କେତେ,
ଖଏନୁ ଖୁଜୁଛେ ଚଏତୁକେ ଏଭେଁ
ଭୁଜାଲି ଧରିଛେ ହାତେ;
ଗଲା ଭୁଟେ ଯେନ୍ ବିରୋଧି ଥିଲା
ସିଏ ଗଲାନ ମିଶି,
ହେତକି ବେଲେ ବି ହାରୁ ଆଉର୍ ଜିତୁ
ହେଇଥିଲେ ଭୁଷା ଭୁଷି;
ନେତା-ନେତା ହସ ଖୁସି,
ତରାପଟିଆ ଜନତା ଛୁଚେ
ହେଉଛନ୍ ଠେସା- ଠେସି;
ଗାଁ ଟା ଗାଁ ଆଏ ଗଙ୍ଗା ବାଗିର୍
ସବୁବେଲେ ଝଲମଲ,
ମାଟିର୍ ମହକେ ଭରିଛେ ଅମୃତ୍
ଇନର୍ ପବନ ନିରିମଲ;
ନଦୀର୍ ପାଏନ୍ ଖଲ ଖଲ,
ପାଁଚ୍ ବଛରିଆ କ୍ଷମତାର୍ ଭୁକେ
ଜୀବନ୍ ଟା କଲବଲ;
କିଏ କେଭେଁ କାଏଁ ବାଆନି ପାରିଛେ
ମାଁ, ମାଏଟର୍ କଥା,
କହି ବସଲେ ଲମ୍ବି ଲମ୍ବି ଯିବା
ନାଇଁ ସରେ ତାର୍ ଗାଥା,
ଶୁନି ଶୁନି ହେବୁ ଅଥା,
ସରଲ୍ ଗାଁ ଭାଇ, ବୁଝି ନାଇଁ ପାରେ
ବଲିକରି ମୁଁଡ୍ ବଥା;