ସୀତର୍ ମାସେଁ ପାଏନ୍ ବର୍ସିଲେଁ
ଲାଗୁଛେ ବଡା ଅଡୁଆ,
ପର୍କୁତିକେ ସବୁ ଦୋସ୍ ଦେଉଛୁ
ନିଜେଁ ଚଲେଇ ଟଙ୍ଗିଆ।
ନିଲ୍ଜିଆ ମୁନୁସ୍ କେତେ କମାବୁ
ପାଇଛୁ ଯେ ଫୁକ୍ଟିଆ,
ଦେଇଥିଲେଁ ପାଇ ବୁନିଥିଲେଁ ଦାଇ
ନାଇଁ’ହ ମାର୍କଣିଆ ।
ଯତ୍ଖତ୍ କରି ନାଇଁ ସରା ସବୁ
ଟିକେ ରଁଚେ କର୍ ଆହା,
ଏଭୁନୁ ରହୁ ତର୍କି ସମ୍ହିଲି
ଭଲ୍ ଦିଗେଁ ବଢ଼ା ପାହା।
ଗଛ୍ ଆଏଁ ଆମର୍ ଅସଲ୍ ମାହାପୁରୁ
ତାହାକେ କରୁଥା ପୂଜା,
ଗଛର୍ ବିନେଁ ସବୁ ଛୁଛା ସୁଇନ୍
ମନେଁ କର୍ ଘାଏଁ ହେଜା।
ଜତନ୍ ପାତନ୍ କରି ଗଛ୍ ଜଗା
ଦେଖ୍ବୁ ଯଦି ସରଗ୍,
ନେହେଲେଁ ମର୍ବୁ ଘାଟିସାନି ହେଇ
ମିଲ୍ବା ତତେ ନରକ୍।