ନୁଆଁଖାଇ ସବୁଆଡ଼େ ଗଜଗଜାଲାନଁ ଗାଁ ନୁଁ ସହର୍। ଆଏଜ୍ ଖୁବ୍ ଝଲସି ଯାଉଛେ ସେ ଖିର ବୁଠି ଚେହେରା।ଫଠା ଜୁଆନ୍ ନାଇଁ ହେଲେଁ ମନ୍ ଟା ତାର୍ ଗଖା ଜୁଆନ୍ ଥିଁ କମ୍ ନାଇଁ ଥାଇଁ ।ନିରୋଲ୍ ସାଧା ସିଧା ମୁନୁଷ୍ ବାଗିର୍ ମୁନୁଷ୍ ଟେ ।ତାର୍ କୁଟୁମ୍ ଆଏ ଆମର୍ ଗାଁ ଆଉ ତାର୍ ନିଜର୍ ବଲିଁ କିହେ ନାଇଁ ନଁ । ଗାଁ ର ଛୁଆ ନୁ ବୁଢ଼ା ତକ୍ ସମକୁ ସେ ଆଦର୍ କରସି।
ଖିର ବୁଠି କେ ତିହାର୍ ବାହାର୍ କେ ସଭେ ଖୁଜ୍ ସନ୍ ।ଖିର୍ ଜାନି ଜାତରା ପରବ୍ ମାନକେଁ ଘରକେ ଘର୍ ଛୁଇ ମାଏଟ୍ ବୁହି ଆନସି କଟାପାଲି ଛୁଇଗାଡ୍ ନୁଁ ଆମର୍ ଗାଁ କେ ।କଟାପାଲି ନୁଁ ଆମର୍ ଗାଁ ତିନ୍ ନୁ ଚାଏର୍ କିଲୋମିଟର୍ ବୁପରା ଚାଲି ଚାଲି ବାସି ପଖାଳ ଖୁରେ ଆଉ ଦୁଇଟକାଁ ଥି ସମକିରର୍ ଘର କେ ଘର୍ ନେଇ ନେସି।ଯେ ଦୁଇ ଟକାଁ ନୁ ଅଏତ୍ କା ଦେଲେଁ ବି ପଏସା ନାଇ ନିଏ ଉଲଟିଆ କେହେସି ସଫା କମାମୁଁ ସଫା ଖାଏମୁଁ ଆମେ କାହାରିର୍ ନୁଁ ଅଏତକା ପଏସା ନାଇଁ ନେଉ ।ଖିର ବୁଠିର ଛୁଇ ମାଏଟ୍ ଆନଲେଁ ଜାକିର୍ ଗାଁ ନୁ ଲିପାପୁଛା ହେସି ଏଛନିର୍ ମିତାଲ୍ ଚୁନ୍ ଘଁସା ମହଲ ଘର ନାଇଁ ଥାଇଁ ହାତ ଗନତି ଗୁଟେ କି ଦୁଇଟା ବାକି ସବୁ ମାଏଟ ଘର୍।ଧୋବ୍ ଫର୍ ଫର୍ ଛୁଇ ମାଏଟ୍ ଭାରେ ଖିର ବୁଠି ଆନିଦେଲେଁ ଘର୍ ମାନେ ଲିପାପୁଛା ହେଇକରି ଖୁବ୍ ସୁନ୍ଦର ଦିଶ୍ ବାର୍ ସାଂଗେ ମାଏଟ୍ ଘର୍ ମାନେ ମହକି ଯାଉଥିସି।
ନୁଆଁଖାଇ ଦିନେଁ ଝାକଁର ନୁଆଁଧାନ ସବୁ ଘରେଁ ଘରେ ଦେସନଁ ।ନୁଆଁଧାନ୍ ଦେ ଦେବତା କେ ଲଗେଇ ସାରଲେଁ ନୁଆଁଖାଇ ଗାଁ ସବୁ ଘରେ ଘରେ ମୁଲ୍ ହେସି ଗରିବ୍ ଠାରୁ ମହାଜନ୍ ସଭେ ଭେଟ୍ ଘାଟ୍ ହେସନ୍।ମିତା ମହାରସାଦ୍ ଅଢିଆ ଦିଆନିଆ ସାଗେଁ ଭାବ୍ ଦିଆନିଆ ହେସି ।ଖିର ବୁଠି କେ ବି ଜାହାର୍ ନୁ ଜେନଟା ଯୁଟଲା ଦେସନ୍।ତାହାକେ ଛାଡି କରି କିହେ ନାଇଁ ଖାଆନ୍।ହେଥିର୍ ଲାଗିଁ ଖିର ବୁଡି ବଢା ଗହଗହ।
ସମିଆର୍ ଧାରେଁ ବଦଲି ଯାଏସି ଖିର ବୁଠିର୍ କାମ୍ ବୁତା ।ଜରେ ପଡିଛେ ଖିରିବୁଠି ହେଲେ ଁ ସଖଲିବାର୍ କେ କିହେ ନାଇଁ ନଁ ମାଟିର ଘର୍ ମାନେ ଅଲିପା ଅପୁଛା ହଁ ଇକରି ଡାକ୍ ଦେଉଛନ୍ ସେ ଖିରର ଛୁଇ ମାଏଟ୍ କେ। ସକାଳ ପାଏଲେଁ ନୁଆଁଖାଇ ।ଜରେ କପୁଁ ଛେ ଖିର୍ ଠୁଡି ହଲିଯାଉଛେ ଗାଁ ର କେତେଟା ପିଲା ମିସି କରି ନେଇଛନ୍ ଖିରକେ ବୁର୍ଲା ମେଡ଼ିକାଲ କେ।ହେଲେ ଖିର ଭଲ ହଇକରି ଆଇଛେ ସତ୍ ହେଲେଁ ଆଘୋର ବାଗିର୍ ବଫୁ ତାକତ୍ ଲଗେଇ କରି କାମ୍ ନାଇଁ କରିପାର୍ ବାର ଖିର । ହେଦିନଁ ନୁଆଖାଇ ର ବାସି ପଡ଼ିଥାଏ ଗାଁ ନୁ ଖୁସିର ମାହୁଲ୍ ର କାକର୍ ଭିଜା ସକାଲେଁ ଖିର ତାର୍ କୁରିଆ ଭିତରେଁ ପଡିଛେ ଆଉ ନାଇଁ ସୁନବାର୍ ଭୁଲି ଯାଇଛେ ସେ ସପନର୍ ଘର୍।ଉହୁଲି ଯାଇଛେ ଜୀବନ୍ ତାର୍ ହେଲେ ତାକେ ମରଘାଟି କେ ନେବାର୍ ଲାଗିଁ ସାହାରା ନାଇଁ ଯେନ୍ ମାନେ ତାର୍ ଲାଗିଁ ଚଲୁଥିଲେ ସେତାକର ବି ଦେଖା ନାଇଁ।ଜରେ ତପେ ପଡିକରି ଚକଚକେଇ ଥିବା ଘର୍ ସବୁ ଚକ୍ ଚକ୍ ଉଛେ ସିନେଁ ଖିର୍ ବୁଠିର ସେ ସମାଜ୍ ସେବା ଆଏଜ୍ ଭୁଲି ନାଇଁ ହେଉଛେ ମନେ।