ତତେ ଲେଖମି ବଲି
ଇ ଆକାଶ କେ
ଇ ମାଟି କେ
ଇ ପାନି କେ
ଇ ପବନ୍ କେ ଲେଖି ପକାଲି
ହେଲେ ତତେ ଲେଖି ନାଇଁ ପାର୍ଲି ।
ତୁଇ ତ ସବୁଠାନେ ଅଛୁ ବୋଲି
ଇ ପାହାଡ଼ କେ
ଇ ନଦୀ କେ
ଇ ସୁମଦ୍ର କେ ଲେଖି ପକାଲି
ହେଲେ ତୋର ଗୁନ୍ ଗାଇ ନାଇଁ ପାର୍ଲି
ତୁଇ ସରବ୍ ମଙ୍ଗଲ୍ଦାୟନି ବୋଲି
ଇ ଦୁଃଖ କେ
ଇ ସୁଖ କେ
ଇ ଜଞ୍ଜାଳ କେ
ମୋର ଆଁଖଲ୍ କେ ଭିଲ୍ ଲେଖି ପକାଲି
ହେଲେ ତୋର ମହିମାଁକେ ଲେଖି ନାଇଁ ପାର୍ଲି
ହଁ ମାଁ ଇ ଖଡେ କାଗଜଥି
ଇ ଚାଏର୍ ପଦ୍ଥି
ଇ କବିତାଥି
ଇ ସେହିଥି
କାଣା ତତେ ଲେଖବାର୍ଟା ସମ୍ଭବ୍ ଆଏ ?
କ୍ଷମା କର୍ବୁ ମତେ ମାଁ
ଇ ଦୁଃସାହସ ଲାଗି
ମୁଇଁ ତ ଗୁଟେ ବିନ୍ଦୁ ଆଏଁ
ଆର୍ ତୁଇ ଜଗତଜନନୀ ଆଉ
ତୋର ପନତ କାନିଥି ଢାପି ରଖିଥା ସମକୁ
ସୁଖ ଦୁଃଖଥି ସହା ହେଇଥା
ଏତିକି ବିନତୀ କରୁଛେଁ ମାଁ
ତୋର୍ ପାହା ତଲେ ।।