ବେଳେବେଳେ ମନ ଖୁବ୍ ଛଟପଟ ହୁଏ,
ବିଚଳିତ ହୁଏ
କୋହରେ ବିଳପି ଉଠେ,
ଅଥଚ କରି ପାରେ ନି କିଛି ।
ଏହି କୋହ ତା’ର
କେବଳ କିଛି ନ କରି ପାରିବା ପଣିଆର ।
ଯେତେବେଳେ ସେ ମନ ଚାହା
କାମ ସବୁ କରିପାରେ,
ନିଜକୁ ପକ୍ଷୀ ମନେ କରେ ।
ମନ ରାଇଜରେ ଭାବନାର ପକ୍ଷୀ
ସାହାଯ୍ୟରେ ଆକାଶରେ ଉଡ଼ିବୁଲେ ।
ଅଥଚ ବେଳେବେଳେ
ଗୋଡ଼-ହାତ ଥାଇ ବି ସେ
ପାଲଟିଯାଏ ବିକଳାଙ୍ଗ ।
ସାକ୍ଷୀ ଅଗ୍ରୱାଲ
ଝାରସୁଗୁଡ଼ା