କୁନୁଆଁ ହେଇ କାଏଁ ଯେ ଯିମି
ତୁମ୍ ତାମ୍ ଖାଲି ବସିଥିମି,
କୁଶଲ୍ ମଙ୍ଗଲ୍ ଭାବର୍ କଥା
ହେବାର୍ ଲାଗି କାଏଁ ଜୁଗିଯିମି?
ଘରର୍ ଲୋକ୍ ତ ଥିବେ ସଭେ
ମୁବେଲ୍ ସାଙ୍ଗେ ହଜିଥିବେ
ତଲ୍ ମୁହାଁ ମୁହୁ ଉପର୍ ହେଲେ
ତ କାଏଁ କଥା ଗୁଟେ ହେବେ!
ଆଗର ସମିଆ ନାଇନ ଆଉ,
କୁନୁଆଁର୍ ଯେନ୍ତା ଥିଲା ଭାଉ,
ସଉକି ଗହକି କେତନି କେତେ
ଏବେ ସେ ବେଭାର୍ ପାଏବ କାହୁଁ;
ପଡୁଥିଲା ସତେ କେତନି କଥା
ନାଇ ହେଉଥାଇ କିଏ ବି ଅଥା
କଥାର୍ ମହନି ଚିପକୋଉ ଥିଲା
ସତେ ଯେନ୍ତା ହେନ ଲାଗିଛେ ଅଠା;
ଏବେ ମୁବେଲ୍ ଚିପି ଚିପି ଘରେ,
ଦୁନିଆଁର୍ କଥା ଜାନୁଛନ୍ ପରେ,
ଅଚିହ୍ନାଲୋକ୍ କେ ହେତାସନ୍ ବେଶୀ
ପାଖର୍ ଲୁକ କେ କିଏ ପଚାରେ?
ସନାତନ କଟା