ଫଟୋ ସୌଜନ୍ୟ ଗୁଗୁଲ
ସ୍ନେହ ଶରଧା ଟି ସହଜାତ ଗୁଣ ମଣିଷ ର ବ୍ୟବହାରେ
ସବୁରୀ ମନ କୁ ଜିଣେ ଶରଧା ରେ କଥା କହି ମିଠା ସ୍ଵରେ,
ଧନ ଦେଇ ସବୁ କିଣା ଯାଇ ପାରେ କିଣି ହୁଏ ନାହିଁ ମନ
ସୁଖ ଶରଧା ତ ହାଟରେ ମିଳେନି ସେଇତ ଅମୁଲ୍ୟ ଧନ,,
ସେନହ ଶ୍ରଦ୍ଧା ରେ ପୋଷା ମାନିଥାନ୍ତି ସର୍ପ ଆଦି ହିଂସ୍ର ଜୀବ
ବାଘ ସିଂହ ବୋଲ ମାନି କି ସର୍କସେ ଇସାରାରେ ନାଚୁଥିବ,
ସବୁ ତ ସମ୍ଭବ ହୋଇଯାଇ ପାରେ ସ୍ନେହ ଶ୍ରଦ୍ଧା ଯଦି ଥିବ,
ଶତ୍ରୁ ବି ଆସି ମିତ୍ର ହୋଇଯିବେ ସ୍ନେହ ଶରଧା ମନ୍ତ୍ର ରେ
ପଇସା ପଡ଼େନି ଆଚରଣ ପାଇଁ ବଦଳ ଉଚ୍ଚ ବିଚାରେ,
ଜୀବେ ଦୟା ଭାବ କରୁଣା କରିବ ହିଂସ୍ର ସ୍ଵଭାଵ ଛାଡି
ଶୁଭ ଅନୁକମ୍ପା ସବୁରୀ ଙ୍କ ପାଇଁ ମଙ୍ଗଳା କାମନା କରି,,
କିଏ ଜାଣେ କେବେ ଯିବାପାଇଁ ହେବ ମଂଚୁ ଅଭିନୟ ସାରି
ଯବନିକା ପଡ଼ି ଶେଷ ହେବ ମୋର ଜୀବନ ର ମଧୁ କଳି,
ଆଜି ଅଛି ଧନ କାଲି କୁ ନ ଥିବ ଥିବଯାହା କଥା ରହି
ଭଲ କୁତ ଭଲ କହିବେ ଜଗତ ଦୁଃର୍ଜନେ ନିନ୍ଦା ମିଳଇ,
ଫଟୋ ସୌଜନ୍ୟ ଗୁଗୁଲ
ମଧୁର ବଚନ ସେନହ ଆଦର କରିଲେ ହୃଦୟ ସହ
ସାରା ଦୁନିଆ ଟା ଲାଗଇ ନିଜର ପର ପାଇଁ ବୁହେ ଲୁହ,
ଅନ୍ୟ ର ଦୁଃଖ ରେ ଦୁଃଖୀ ହୋଇ ଯିଏ ହୁଏ ସମ୍ବେଦନଶୀଳ
ଈଶ୍ୱର ପ୍ରଶନ ହୁଅନ୍ତି ସର୍ବଦା ମିଳଇ ପ୍ରଭୁ କଲ୍ୟାଣ,,
ଅସଲି ଆନନ୍ଦ ସୁଖ ଶରଧା ରେ ମିଳଇ ତ ଜୀବନରେ
ଆତ୍ମା ତୃପ୍ତ ହୁଏ ହସ ବାଣ୍ଟୁଥିଲେ ଆପଣା ଜନ ଓଠରେ,,
ଗର୍ବ ଅହଂକାର କରି କିବା ଲାଭ ମରଣ ଶୀଳ ଜୀବନେ
ଅଢେଇ ଦିନ ର ଜୀବନ ସତେତ ଧୂଆଁ ହେବ କ୍ଷଣିକ ରେ,
ଧନ ଯଉବନ ରୂପ କି ଲାବଣ୍ୟ ନ ରହିବ ସବୁଦିନ
ମାୟାମରୀଚିକା ସବୁ ତ ଅସାର ସତ ଏକା ବିଭୁ ପ୍ରେମ,,
ସତ ପଥେ ଗଲେ ସୁକର୍ମ କରିଲେ ମିଳଇ ସଂସାରୁ ଯଶ
କୁକର୍ମ ତ ସଦା ଓଗାଳେ ପଥ କୁ ଜୀବନେ ଭରଇ ବିଷ,,
ସେନହ ଶରଧା ଭରଷା ଦିଅଇ ଜୀବନେ ଭରଇ ରଙ୍ଗ
ଜିଇଁବା ର ଇଛା ଜଗାଏ ପରାଣେ ଆଣେ ବିଶ୍ୱାସ ଉମଙ୍ଗ,
ମନ ଖୋଲି ହସି ହସ ବାଣ୍ଟୁ ଥିବା ସବୁରୀ ପରାଣ ଜିଣି
ଶ୍ରୀ ଜଗନ୍ନାଥ ଙ୍କ କରୁଣା ଆଶିଷ ଶିରେ ପଡୁଥିବ ଝରି,,
ଅପରାଜିତା ପରିଡା
କୁଜଙ୍ଗ