କାନ୍ଥ

ଦନ୍ଦ କର ତୁମର ଅବାନ୍ତର ଅଭିଯୋଗ
କ’ଣ ନା ନାନ୍ଥର ମଧ୍ୟ କାନ ଅଛି !
ଦେଖିଛ କେବେ, ତା କାନକୁ
ମନ୍ତ୍ରଣା ତୁମେ କରିବ
ଭେଦ ଆଉ କିଏ ଖୋଲିବ
ଆଉ ବଦନାମ ମୋ କପାଳରେ ?

ଭାବିଛ କେବେ ମୋ ଅବଦାନକୁ
ମୁଁ ତ ମାଟି ମା କୋଳରେ ଥିଲି
ପ୍ରଥମେ ମତେ ଉଚ୍ଛେଦ କଲ
ପାଣି କାଦୁଅ ସରସର କରି ଗଢିଲ
ନିଆଁରେ ପୋଡ଼ି ଯନ୍ତ୍ରଣା ଦେଲ
ପୁଣି ସିମେଣ୍ଟ ସହ ମତେ ଯୋଡିଲ
ବର୍ତ୍ତମାନ ନିଶ୍ଚଳ, ନିର୍ବାକ ମୁଁ

ଧିକ୍ ତୁମ ମଣିଷ ପଣିଆକୁ
ଈଶ୍ବରଙ୍କ ସର୍ବଶ୍ରେଷ୍ଠ ସୃଜନ ବୋଲାଉଛ
କାହିଁକି ଆସିଛ ଏଠାକୁ ?
କ’ଣ ତୁମର ପ୍ରକୃତ ପରିଚୟ
ତୁମେ ଜାଣିନାହଁ, ତଥାପି ଜ୍ଞାନି ବୋଲାଉଛ
ପ୍ରକୃତି ଆଜି କାନ୍ଦୁଣୁ ମାନ୍ଦୁଣୁ
ସ୍ବର୍ଗ କୁ ନର୍କରେ ରୂପାନ୍ତର କରି
ପୁଣି ସ୍ବର୍ଗ ସନ୍ଧାନରେ ବାହାରିଛ

ମୁଁ ଅଛି ବୋଲି, ଲୁଚିଛି ତୁମର
ଅନେକ କଳଙ୍କିତ ଅଧ୍ୟାୟର ଗୁମର
ମୁଁ ସହିଛି ବୋଲି
ଆଜି ଅଛି ମୁଣ୍ଡ ଉପର ଛତ ତୁମର
ମୁଁ ଅଛି ବୋଲି
ସଂସାରରେ କରୁଛ ଛାତିଫଟା ଚିତ୍କାର
ଦେଖିଛ କେବେ ଅସହାୟତାକୁ

ରାସ୍ତା କଡ଼ରେ ମୁଣ୍ଡ ଗୁଞ୍ଜିନ ବୋଲି
ସଂସାର ଟା ଭାବୁଛ ତୁମର
ଆତ୍ମ ନିରୀକ୍ଷଣ କର
ଜଗତ ଯାକର ଅସନ୍ତୋଷ ଓ ଅଭିଶାପ
ତୁମକୁ ନଦେଉ ଜାଳି
ସାବଧାନ, ହୁଅ ଏଥର
ମୋ ଭଳି ଅସହାୟ କାନ୍ଥ
ଯେବେ ଲଂଘି ଯିବେ ସହିବାର ସୀମା
ଆସିବ ପ୍ରଳୟ, ସବୁ ହୋଇଯିବ ଛାରଖାର ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

2 thoughts on “କାନ୍ଥ

  1. ଉଭୟ କାନ୍ଥ ଓ ସଙ୍କଳ୍ପ କବିତା ଦୁଇଟି ଖୁବ୍ ସୁନ୍ଦର ହୋଇଛି। ଉଭୟ ଲେଖିକାଙ୍କୁ ମୋର୍ ଆନ୍ତରିକ ଅଭିନନ୍ଦନ।

Leave a Reply

Your email address will not be published. Required fields are marked *